Odisha news

ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଲେ ନକ୍ସଲ; ଛାଡ଼ି ପଳାଇଲେ ବିପୁଳ ସାମଗ୍ରୀ

0

ମାଲକାନଗିରି: ମାଲକାନଗିରି ମୁଦୁଲିପଡ଼ା ପୁଲିସ ଷ୍ଟେସନ୍‌ ଅଧୀନସ୍ଥ ବୋନଦାପଡ଼ା-ସମ୍ବଲପୁର ଜଙ୍ଗଲରେ ଓଡ଼ିଶା ପୁଲିସର ସୁରକ୍ଷାବଳ ଗତ ଶୁକ୍ରବାର ଦିନ ଆଣ୍ଟି-ମାଓଏଷ୍ଟ ଅପରେସନ୍‌ରେ ବାହାରିଥିଲେ। ଏହି ସମୟରେ ମାଓବାଦୀ (ସିପିଆଇ) ସୁରକ୍ଷାବଳଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ମାଓବାଦୀଙ୍କ ଏହି ଗୁଳିର ପାଲଟି ଜବାବ ଦେବାକୁ ଯାଇ ସୁରକ୍ଷାବଳ ବି ଗୁଳିଚାଳନା ଆରମ୍ଭ କରି ଦେଇଥିଲେ।

ଏହି ଜୋରଦାର ଅପରେସନ୍‌ରେ ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନପାରି ମାଦବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଏହାପରେ ଓଡ଼ିଶାର ପୁଲିସର ସୁରକ୍ଷାବଳଙ୍କୁ ମାଓବାଦୀଙ୍କ ବ୍ୟବହୃତ ଅନେକ ସାମଗ୍ରୀ ମିଳିଥିଲା। ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ସ୍ଥାନରୁ ଗୋଟିଏ ନକ୍ସଲ ପ୍ୟାଣ୍ଟ, ୨ଟି ସାର୍ଟ, ବେଲଟ୍‌, ଟୋପି, କିଟ୍‌ ବ୍ୟାଗ(୩ଟି), ଜଙ୍ଗଲ ଜୋତା, ମୋବାଇଲ, ଚାର୍ଜର ଷ୍ଟାଣ୍ଡ, ଟର୍ଚ୍ଚ ଲାଇଟ(୨ଟି), କମ୍ବଳ(୨ଟି), ସିଭିଲ୍‌ ଡ୍ରେସ୍‌, ନେଟ୍‌, ଓ୍ଵାଟର ଜାରକିନ୍‌, ଷ୍ଟିଲ ଟିଫିନ୍‌ କ୍ୟାରିୟର, ଷ୍ଟିଲ୍‌ର ଜଗ, ଚାମୁଚ, ପ୍ଲେଟ ସମେତ ନିତ୍ୟବ୍ୟବହୃତ ଆଦି ସାମଗ୍ରୀକୁ ଜବତ କରାଯାଇଛି।

Leave A Reply