Odisha news

‘ମୋ ସରକାର’ରେ ସାମିଲ ହେଲା ଆଉ ୫ଟି ବିଭାଗ

0

ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ମୋ ସରକାର’ରେ  ରାଜ୍ୟର ଆଉ ୫ଟି ବିଭାଗ ସାମିଲ ହୋଇଛି। ସାମିଲ ହୋଇଥିବା ବିଭାଗ ମଧ୍ୟରେ  ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ; ଜଳସମ୍ପଦ, ମତ୍ସ୍ୟ ଓ ପଶୁ ସମ୍ପଦ; ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରହିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୨ଟି ବିଭାଗ ମୋ ସରକାର ଅଧିନକୁ ଆସିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ସରକାରୀ କର୍ମଚାରୀମାନେ ଯେଉଁ ଜନତାଙ୍କ ସେବା କରିବା ଲାଗି ନିଯୁକ୍ତ ହୋଇଛନ୍ତି, ସେମାନଙ୍କୁ ସମ୍ମାନ ଦେବା ଦରକାର। ଲୋକଙ୍କୁ ସେବା ଦେବା ଏକ ସ୍ଲୋଗାନ୍ ହୋଇ ରହିବା ଉଚିତ ନୁହେଁ। ସବୁ ସମୟରେ ସରକାରୀ କର୍ମଚାରୀମାନେ ଏହାକୁ କାର୍ଯ୍ୟରେ ପ୍ରତିଫଳିତ କରିବା ଦରକାର। ସବୁ ବିଭାଗ ଏହି ଆଭିମୁଖ୍ୟ ନେଇ କାମ କରିବା ଦରକାର ଯେପରି ଯେକୌଣସି କାମ ନେଇ ଯେକୌଣସି କାର୍ଯ୍ୟାଳୟକୁ ଯଦି କୌଣସି ବ୍ୟକ୍ତି ଆସନ୍ତି ‌ତେବେ ସେ ସନ୍ତୁଷ୍ଟ ହୋଇ ଯିବା ଦରକାର। ଜଣେ ଜଣେ ସରକାରୀ କର୍ମଚାରୀ ଭାବେ ଆପଣମାନେ ଏହା ସ୍ପଷ୍ଟ ଜାଣି ରଖିବା ଦରକାର କି ମୋ ରାଜ୍ୟର ପ୍ରତିଟି ବ୍ୟକ୍ତି ଯେପରି ଏହି ସରକାରକୁ ମୋ ସରକାର ବୋଲି କହିପାରେ।’

CMO Odisha

@CMO_Odisha

CM @Naveen_Odisha announces inclusion of @HTH_Odisha, @farddept, @SSEPD2 & @OdishaWater in the transformative https://www.pscp.tv/w/cSujYTFvUEtMeVJxbnJqZG58MWdxR3ZFV3BxUm5LQulAQg4_G3aATIlEKiWoZR0wtO-u217VGm3l1NgJ4f32 

CMO Odisha @CMO_Odisha

CM @Naveen_Odisha announces inclusion of @HTH_Odisha, @farddept, @SSEPD2 & @OdishaWater in the transformative #MoSarkar

pscp.tv

56 people are talking about this
ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଏଥିରେ ୫ଟି ବିଭାଗ ସାମିଲ ରହିଥିବା ବେଳେ ଫେବ୍ରୁଆରି ୨୯ ତାରିଖରେ ‘ମୋ ସରକାର’ ଅଧିନକୁ ଆସିଥିଲା  ୫ଟି ବିଭାଗ। ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସେଦିନ ମୋ ସରକାରରେ ସାମିଲ ହୋଇଥିଲା । ଏଥି ପୂର୍ବରୁ ୧୨ଟି ବିଭାଗ ମୋ ସରକାରରେ ସାମିଲ ହୋଇସାରିଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୮ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି।

Leave A Reply