Odisha news

ମେଜର ଜେନେରାଲ ସୁଲେମାନି କିଏ ? ଆମେରିକା ତାଙ୍କୁ କାହିଁକି ମାରିଲା ?

0

ଓ୍ଵାସିଂଟନ : ଆମେରିକା ଦ୍ୱାରା ଇରାନର ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟ ଓ ସମଗ୍ର ବିଶ୍ୱରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ବିଶ୍ୱ ପାଇଁ ବିପଦ ମାଡ଼ିଆସୁଛି ବୋଲି ନିଜ ପ୍ରତିକ୍ରିୟାରେ ଫ୍ରାନ୍ସ କହିଛି । ତେବେ କିଏ ଏହି ସୁଲେମାନି ଓ ଆମେରିକା କାହିଁକି ତାଙ୍କୁ ହତ୍ୟା କଲା ?

ମେଜର ଜେନେରାଲ କାସିମ ସୁଲେମାନି ହେଉଛନ୍ତି ଇରାନ ସେନାର କ୍ୱାଡ୍‌ ଫୋର୍ସର କମାଣ୍ଡର । ୧୯୫୭ରେ ଜନ୍ମଗ୍ରହଣ କରିଥିବା ସୁଲେମାନି ୧୯୭୯ରେ ଇରାନ ସେନାରେ ଯୋଗଦେଇଥିଲେ । ଏହି ଫୋର୍ସ ଇରାନ ବାହାରେ ଇରାନର ପ୍ରଭାବ ବୃଦ୍ଧି ଓ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଥାଏ । ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ ହ୍ରାସ ଓ ଇରାନର ପତିଆରା ବୃଦ୍ଧି ଦିଗରେ ଏହି ବାହିନୀ କାମ କରିଥାଏ । ଏପରିକି ଇରାନର ଶତ୍ରୁ ତଥା ଆମେରିକାର ମିତ୍ର ସାଉଦି ଆରବ ଓ ଇସ୍ରାଏଲର ପ୍ରଭାବ ହ୍ରାସ ଓ ସେମାନଙ୍କ ବିରୁଦ୍ଧରେ ଏହି ବାହିନୀ କାମ କରୁଥିଲା । ଏହି କାରଣରୁ ସୁଲେମାନି ବିଗତ ଅନେକ ବର୍ଷ ହେଲା ସିଆଇଏର ଟାର୍ଗେଟରେ ରହିଆସିଥିଲେ ।

ସିରିଆରେ ଚାଲିଥିବା ଗୃହଯୁଦ୍ଧରେ ଆମେରିକାର ବିଦ୍ରୋହୀମାନଙ୍କୁ ସମର୍ଥନ କରୁଥିବାବେଳେ ଇରାନ ସିରିଆର ଶାସକ ବସର ଅଲ ଅସଦଙ୍କୁ ସହାୟତା କରୁଥିଲା । ଅନ୍ୟପକ୍ଷରେ ଇରାକ ଓ ସିରିଆରେ ଆଇଏସର ପ୍ରଭାବ ଓ ଶକ୍ତି ହ୍ରାସ କରିବାରେ ସୁଲେମାନି ସଫଳତା ହାସଲ କରିଥିଲେ ।

Leave A Reply