Odisha news

ଧାନକଟା ମେସିନ ପୋଡିଲେ ଦୁର୍ବୁତ

0

ଗୋପ  :ବିଳମ୍ବିତ ରାତ୍ରୀରେ କୌଣସି ଏକ କାରଣକୁ ନେଇ ଜଣେ ଜୈନିକ ବ୍ୟକ୍ତିଙ୍କ ଧାନକଟା ମେସିନକୁ କେହି ପୋଡି ଦେଇଥିବା ଗୋପ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗୋପଥାନା ଅଧିନ ବିରତୁଙ୍ଗ ପଞ୍ଚାୟତ ଗିରିମା ଗ୍ରାମର ମୋହନ ରାଉତଙ୍କ ଧାନକଟା ମେସିନ ପ୍ରତିଦିନ ପରି ତାଙ୍କ ବାରିରେ ଥୁଆ ହୋଇଥିଲା ।

ହେଲେ କୌଣସି କାରଣକୁ ନେଇ କେହି ଦୁର୍ବୁତ ଗତ କାଲି ବିଳମ୍ବିତ ରାତ୍ରୀରେ ତାଙ୍କ ଧାନକଟା ମେସିନରେ ନିଆଁ ଲଗାଇ ଦେଇଥିଲେ । ହେଲେ ଏ ସମ୍ପର୍କରେ ମୋହନ ଜାଣିପାରି ନଥିଲେ । ମୋହନ ସକାଳୁ ଉଠି ଦେଖନ୍ତି ତ ତାଙ୍କ ଧାନ କଟା ମେସିନକୁ କେହି ଦୁର୍ବୁତ ପୋଡି ଦେଇଛନ୍ତି । ଏ ନେଇ ମୋହନ ଆଜି ଗୋପ ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ।

Leave A Reply