Odisha news

ନୂଆ ପାବନ୍ଧୀ କମିସନରେଟ୍ ପୁଲିସର :ଥାନାରୁ ଆଣିବାକୁ ପଡ଼ିବ ପାସ୍‌ ଘରୋଇ ଗାଡ଼ି ଚଳାଇବାକୁ,କାଲି ସଂଧ୍ୟା ସୁଦ୍ଧା ପାସ ସଂଗ୍ରହ ଜରୁରୀ

0

ଗଣମାଧ୍ୟମକୁ ସାକ୍ଷାତ ଦେଇ ସେ କହିଛନ୍ତି, କରୋନାଭାଇରସ୍‌ ସତର୍କତା ପାଇଁ କଟକଣା ଜାରି ହୋଇଥିବା ବେଳେ ଯେଉଁମାନେ ଆବଶ୍ୟକସ୍ଥଳେ ଘରୁ ଗାଡ଼ି ବାହାର କରୁଛନ୍ତି, ସେହି ଗାଡ଼ି ଚାଳକଙ୍କୁ ଥାନାକୁ ଯାଇ ପାସ୍‌ ଆଣିବାକୁ ପଡ଼ିବ । କେବଳ ଏତିକି ନୁହେଁ, ଯେଉଁମାନଙ୍କର ଯିବାର ଅନୁମତି ଅଛି ସେମାନଙ୍କୁ ବି ଥାନାରୁ ପାସ ଆଣିବାକୁ ହେବ। ଗଣମାଧ୍ୟମକର୍ମୀଙ୍କୁ ମଧ୍ୟ ପାସ ବ୍ୟବହାର କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜଧାନୀ ଭୁବନେଶ୍ବରରେ ବିନା ପୁଲିସ ପାସରେ ଗଡ଼ିବ ନାହିଁ କୌଣସି ଘରୋଇ ଗାଡ଼ି। ଯେଉଁମାନେ ଗାଡ଼ି  ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ। ଭୁବନେଶ୍ବର-କଟକ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ଘୋଷଣା କରିଛନ୍ତି।

ତେବେ ସଚିବାଳୟର ଅତ୍ୟାବଶ୍ୟୀୟ ବିଭାଗର କର୍ମଚାରୀଙ୍କୁ ଗୃହବିଭାଗ ପାସ୍‌ ଇସ୍ୟୁ କରୁଥିବା ବେଳେ ହସ୍ପିଟାଲ୍‌ କର୍ମଚାରୀଙ୍କୁ ସ୍ଥାନୀୟ ଆଇଆଇସି ପାସ୍‌ ଦେବ। କେବଳ ଏତିକି ନୁହେଁ, ଗଣମାଧ୍ୟମ କର୍ମଚାରୀ ମଧ୍ୟ ଆଇଆଇସିଙ୍କଠାରୁ ପାସ୍‌ ଆଣିବେ। ପାସ୍‌ ନଥିବା ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ। ଆଇଟି କମ୍ପାନିମାନଙ୍କୁ କର୍ମଚାରୀ କମାଇବାକୁ କୁହାଯିବା ସହିତ ଅତ୍ୟାବଶ୍ୟକସ୍ଥଳରେ ସ୍ଥାନୀୟ ଆଇଆଇସିଙ୍କ ଠାରୁ ପାସ୍ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲକ୍-ଡଉନ୍ ଯୋଗୁ ଜାରି ନିୟମ ମାନିବାରେ  କିଛି ଲୋକ ସହଯୋଗ କରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧ ଥାନାରୁ ପାସ୍‌ ଆଣିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କରୋନାଭାଇରସ୍‌ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ପିଲା ଖେଳ ନୁହେଁ। ମରିବା ବଞ୍ଚିବା ଭଳି ସଙ୍କଟ ସୃଷ୍ଟି ହୋଇଛି ବୋଲି ପୁଲିସ କମିସନ୍‌ର କହିଛନ୍ତି। ତେବେ ଯେଉଁମାନେ କଟକଣା ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମକୁ ଗମ୍ଭୀରତା ସହ ନେଉ ନଥିବା ଲୋକଙ୍କ ଉପରେ ବି ପୁଲିସ ନଜର ରଖୁଛି। ଯେଉଁମାନେ ନିୟମ ଭାଙ୍ଗୁ ଥିବା ବେଳେ ଧରାପଡ଼ୁଛନ୍ତି ସେମାନଙ୍କୁ ପୁଲିସ ଗିରଫ କରି ନେଉଛି।

Leave A Reply