Odisha news

ଚୀନ୍ ମାନିବାକୁ ନାରାଜ : ଚୀନ୍ ର ରାଜଦୂତ କଲେ ଏହିପରି ଦୁଃସାହସ

0

ନୂଆଦିଲ୍ଲୀ : ଚୀନ ଗୁରୁବାର ଦିନ ପେଙ୍ଗଗ ଲେକ ଇଲାକାରେ ନିଜର ଅଧିକାରକୁ ଆଉଥରେ ଦୋହରାଇଛି ,ଯେଉଁଠାରେ ଚୀନସେନା ଭାରତୀୟ ସୀମାରେ ୮ କିଲୋମିଟର ପଶି ଆସିଥିଲେ l ଭାରତରେ ରହୁଥିବା ଚୀନ ରାଜଦୂତ ସନ ବେଇଣ୍ଡୋଗ ଗୁରୁବାର ଦିନ କହିଲେ କି ଚୀନସେନା  ପେଙ୍ଗଗ ଲେକର ଉତର ଭାଗରେ ପାରମ୍ପରିକ ସୀମା ରେଖା ଅନୁସାରେ ନିଜ ସ୍ଥାନରେ ମୁତୟନ ଅଛନ୍ତି l ଚୀନର ରାଜଦୂତ ଏହି କଥାକୁ ଖଣ୍ଡନ କଲେକି ଚୀନ  ପେଙ୍ଗଗ ଲେକ ପର୍ଯ୍ୟନ୍ତ ନିଜର କ୍ଷେତ୍ରୀୟ ଇଲାକାର ଦାବିକୁ ବିସ୍ତାର କରିଛି l ସିଇଁ ରାଜଦୂତଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଦୁଇଦେଶ ମଧ୍ୟରେ କର୍ପସ କମାଣ୍ଡରଙ୍କ ଭିତରେ ପଞ୍ଚମ ଥର ପାଇଁ ବୈଠକ ହେବାକୁ ଯାଉଛି l

“ଇନ୍ଷ୍ଟିଚ୍ୟୁଟ ଅଫ ଚାଇନିଜ ଷ୍ଟଡିଜ”ର ସେମିନାର ରେ ଚୀନ ରାଜଦୂତ ସନ ବେଇଣ୍ଡୋଗ କହିଛନ୍ତି ଯେ “ପେଙ୍ଗଗର ଉତର ଭାଗରେ ଚୀନସେନା ପାରମ୍ପରିକ ସୀମା ରେଖା ଉପରେ ଅନୁରୂପ ଭାବରେ ରହିଛି l ଏପରି କୌଣସି ସୂଚନା ନାହିଁକି ଚୀନ ନିଜର କ୍ଷେତ୍ରୀୟ ଦାବିକୁ ବିସ୍ତାର କରିଛି l ଚୀନର ଆଶା ରହିଛି ଯେ ଭାରତୀୟ ସେନା ମହତ୍ୱ ପୂର୍ଣ୍ଣ ଦୁଇପଖିକ ଚୁକ୍ତି ଓ ପ୍ରୋଟକଲକୁ ପାଳନ କରିବ ଓ ଅବୈଧ ଭାବରେ LAC ପାର କରି ଚୀନର ସୀମାକୁ ପ୍ରବେଶ କରିବା ନାହିଁ l ”

ଚୀନ ରାଜଦୂତ କହିଛନ୍ତି ଯେ ଦୁଇ ପକ୍ଷର କଥାବାର୍ତା ପରେ ଉଭୟ ପକ୍ଷର ସୈନ୍ୟ ପଛକୁ ହଟିଛନ୍ତି ଓ ଉତେଜନା କମିଛି l ଚୀନ ରାଜଦୂତଙ୍କର ବୟାନ ପରେ ଭାରତ କହିଛି ଏହି ବିଷୟରେ କିଛି ପ୍ରଗତି ହୋଇଛି କିନ୍ତୁ ସୈନ୍ୟମାନେ ପଛକୁ ହଟିବାର ପ୍ରକ୍ରିୟା ପୁରା ହୋଇନାହିଁ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ଯଥାଶୀଘ୍ର ଉଚପଦସ୍ତ କମାଣ୍ଡାର ମାନଙ୍କ ସ୍ତରରେ ବୈଠକ ହେବ l ସୀମା ଇଲାକାରେ ଶାନ୍ତି ଓ ସ୍ଥିରତା ରଖିବା ଆମର ଦ୍ୱିପାକ୍ଷିକ ଆଲୋଚନାର ମୁଖ୍ୟ ବିଷୟ l ସେଥିପାଇଁ ଆମେ ଆଶା କରୁଛୁ ଯେ ଚୀନ ଏହାକୁ ଗମ୍ଭୀରତା ସହ ଗ୍ରହଣ କରିବ l

ଚୀନ ବର୍ତମାନ ମଧ୍ୟ ପେଙ୍ଗଗ ଲେକ ନିକଟରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇବାକୁ ଅନିଛୁକ l ଭାରତ ଓ ଚୀନ ମଧ୍ୟରେ କପର୍ଶ କମାଣ୍ଡୋ ସ୍ତରୀୟ ଆଲୋଚନା ଏହାକୁ ନେଇ କେନ୍ଦ୍ରୀଭୂତ ହେବ l ବର୍ତମାନ ଶୁଦ୍ଧl ଦୁଇ ପକ୍ଷ ମଧ୍ୟରେ ଅନେକ ଥର ଆଲୋଚନା ସରିଲାଣି l ଚୀନ ରାଜଦୂତ ନିଜ ଭାଷଣରେ କହିଲେ ଯେ ଚୀନ ଭାରତ ପାଇଁ ରଣନୀତିର ବିପଦ ନୁହେଁ l  ସନ ବେଇଣ୍ଡୋଗ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ଚୀନ ଏହି ପ୍ରକର ସମ୍ବଧର ଓକିଲାତି କରୁଛି ,ଯାହା ଦ୍ୱାରା ଦୁଇ ପକ୍ଷଙ୍କୁ ଲାଭମିଳିବ ଓ କିଛିକ୍ଷତି  ହେବ ନାହିଁ l ଆମର ଅର୍ଥ ବ୍ୟବସ୍ତା ଉଭୟଙ୍କ ମଧ୍ୟରେ ପରିପୂରକ ଓ ନିର୍ଭର ଶିଳ l

Nalco

Leave A Reply