Odisha news

କରୋନାକୁ ହରାଇ ଦେଶକୁ ଜିତାଇବା ପାଇଁ ଜନତା କର୍ଫ୍ୟୁକୁ ଲୋକଙ୍କ ସମର୍ଥନ,ଅଧିକ ସଚେତନତା ପାଇଁ  ଜ଼ିଲ୍ଲା ପ୍ରଶାସନ ଏବଂ ପୁଲିସର ଘନ ଘନ ପ୍ରଚାର।ମନ୍ଦିର,ମସଜିଦ୍ ଓ ଚର୍ଚ୍ଚ ସବୁଠି ଖାଁ ଖାଁ

0
ଛତ୍ରପୁର,   : ମାରତ୍ମ୍କ କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀ ରୁପ ନେଇଥିବାବେଳେ ଆମ ଦେଶରେ ମଧ୍ୟ ବ୍ୟାପିବାରେ ଲାଗିଛି।ଏଣୁ କରୋନାକୁ ହରାଇ ଦେଶକୁ ଜିତାଇବା ପାଇଂ ଆମ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜିର ଦିନକୁ ଜନତା କର୍ଫ୍ୟୁ ରୁପେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଏହାକୁ ସମଗ୍ର ଭାରତ ବର୍ଷ ସମର୍ଥନ କରିଛନ୍ତି l
ଏହା ସହ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ ଡାଉନ ଡାକରା  ଆଜି ପ୍ରଥମ ଦିନରେ  ଛତ୍ରପୁର ସହର ଓ  ଆଖ ପାଖ ଅଂଚଳ  ସକାଳ ୦୭ଘଣ୍ଟା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ  ବାହାରୁକୁ ବାହାରି ନଥିବା ଦେଖିବାକୁ ମିଳିଥିଲା।କାଁ ଭାଁ ଲୋକ ଔଷଧ ପାଇଂ ଆସିଥିବା ଦେଖିବାକୁ ମିଳିଥିଲା।ଲୋକଙ୍କୁ ଅଧିକ ମାତ୍ରାରେ ସଚେତନ କରିବା ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ନିର୍ଦେଶକ୍ରମେ  ଜ଼ିଲ୍ଲା ସାରା ବୁଲି ଲୋକେ ଘରୁ ନ ବାହାରି ଜନତା କର୍ଫ୍ୟୁ ଏବଂ ଲକ ଡାଉନକୁ ମାନିବା ପାଇଁ  ଡାକବାଜୀ ଯନ୍ତ୍ର ଯୋଗେ ଘନ ଘନ ପ୍ରଚାର ପୁଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀ ମାନେ   କରୁଛନ୍ତି ।ବର୍ତ୍ତମାନ ସହରରେ ଦୋକାନ, ବଜାର , ଗାଡି ,ମଟର ସବୁ ମଧ୍ୟ  ବନ୍ଦ ଅଛି।ଏଥି ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢିବା ଦେଖାଦେଇଛି।ଫଳରେ ମନ୍ଦିର,ମସଜିଦ୍,ଓ ଚର୍ଚ୍ଚ ମଧ୍ୟ  ଭକ୍ତଙ୍କ ଅଭାବରୁ ଏବଂ ଯାତାୟତ ଶୁନ୍ୟ ଯୋଗୁଁ  ସବୁଆଡେ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି।

Leave A Reply