Odisha news

ଆସନ୍ତାକାଲି ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

0

ଭୁବନେଶ୍ୱର,ତା.୦୯/୦୧: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁପ୍ରିୟୋ ୯.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ । ଶ୍ରୀ ସୁପ୍ରିୟୋ ମଧ୍ୟାହ୍ନ ୧୨ ଟାରେ ବ୍ରହ୍ମପୁର ସିଟି ହାଇସ୍କୁଲ ପଡିଆଠାରେ ଠାରେ ପହଂଚି ନାଗରିକତା ସଂଶୋଧନ ଆଇନ ସଂପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ ବୋଲି ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି ଶ୍ରୀ ସାମଲ କହିଛନ୍ତି

Leave A Reply