Odisha news

ବିରିଡି ହାଟ ଉଠିଲା ବିରିଡି ଛକକୁ ସାମାଜିକ ଦୂରତା ଲୋକଙ୍କ ବେଖାତିର

0

ବିରିଡି : କରୋନା ପାଇଁ ଲକଡାଉନକୁ ଆଖି ଆଗରେ ରଖି ସାମାଜିକ ଦୂରତା ବଜାୟ ରଖିବା ଉଦେ୍ର୍ଧଶ୍ୟରେ ବିରିଡିର ସାପ୍ତାହିକ ହାଟକୁ ଗୁରୁବାର ଦିନ ବିରିଡି ଛକକୁ ଉଠାଇ ଦିଆଯାଇଛି । ବିରିଡିରେ ହେଉଥିବା ସପ୍ତାହିକ ହାଟରେ ଲୋକମାନେ ପ୍ରବଳ ଭିଡ କରିବା ସହ କରୋନା ପାଇଁ ଥିବା କଟକଣାକୁ ମାନୁନଥିବା ଏବଂ ଅତି ଆବଶ୍ୟକ ସାମାଜିକ ଦୂରତାକୁ ପାଳନ କରୁଥିବା ଦୃଷ୍ଟିକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡିଓ ଜିବନ ଚନ୍ଦ୍ର ମଲ୍ଲିକ କହିଛନ୍ତି । ବିରିଡିରୁ ଏହି ସପ୍ତାହିକ ହାଟ ଉଠି ଆଜି ସକାଳ ୬ ଟାରୁ କଟକ-ନୂଆଁ ଗାଁ ଜାତୀୟ ରାଜପଥର ବିରିଡି ଛକ ଠାରୁ ମହାତୋଳ ଗଡା ପର୍ଯ୍ୟନ୍ତ ରାସ୍ତା ପାଶ୍ୱରେ ଲମ୍ବା ଭାବରେ ୨୦୦ ରୁ ଉର୍ଦ୍ଧ ବ୍ୟବସାୟୀ ତାଙ୍କର ବ୍ୟବସାୟ ଆାରମ୍ଭ କରିଥରଲେ । ଠିକ ସକାଳ ୬ ଟା ବେଳେ ଆାରମ୍ଭଭ ହୋଇଥିôବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରି ପରିବା କିଣିବାକୁ ଡାକ ବାଜି ସହାୟତାରେ ସମସ୍ତଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବିରିଡି ଆଇ.ଆଇ.ସି ପାରାଓଟୁଡୁଙ୍କ ନେତୃତ୍ୱରେ ବିରିଡି ପୋଲିସ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରିବାକୁ ଲୋକମାନଙ୍କୁ ସଜାଗ କରୁଥିଲେ ମଧ୍ୟ କିଛି ଅମାନିଆ ବ୍ୟକ୍ତି ବା ଗ୍ରାହାକ ଏହାକୁ ବେଖାତିର କରୁଥିବାରୁ ପୋଲିସ ଠାରୁ ଗାଳି ଶୁଣୁବାକୁ ପଡିଥିଲା ସେମାନଙ୍କୁ ଏବଂ ଅମାନିଆମାନଙ୍କୁ ପୋଲିସ ଘଉଡାଇବାକୁ ବାଧ୍ୟ ହୋଇଥିଲା । ତେବେ ସବୁଠାରୁ ଭଲ ଖବର ହେଲା ଯେ ବ୍ୟବସାୟୀ ଭାଇମାନଙ୍କ ଠାରୁ ଆରମ୍ଭ କରି ଗ୍ରାହାକଙ୍କ ସମେତ ଉପସ୍ଥିତ ପୋଲିସ ବାହୀନୀ କର୍ମଚାରୀ ଏବଂ ବ୍ଲକ ପ୍ରଶାସନର କର୍ମଚାରୀମାନେ ସମସ୍ତେ ମାକ୍ସ ପିନ୍ଧିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବିରିଡି ହାଟ ଛକକୁ ଉଠିଆସିବାରୁ ଅନେକ ଗ୍ରାହାକ ଆନନ୍ଦ ପ୍ରକାଶ କରିବା ସହ ବ୍ଲକ ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

Leave A Reply