Odisha news

ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ର କିଭଳି ବିକାଶ କରାଯିବ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି

0
ବାଲେଶ୍ୱରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାଳସରୀ ଓ ଉଦୟପୁର ବେଳାଭୂମିର ହେବ ଉନ୍ନତି । ଜଳେଶ୍ୱରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଉପସ୍ଥିତ ଥିଲେ । ବେଳାଭୂମିର ନକ୍ସା ଦେଖିଛନ୍ତି ।
ଏହାସହ ବିଭାଗୀୟ ଅଧିକାରୀଙ୍କ ସହ ବି ବେଳାଭୂମିର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଫାଇଭ୍‌ ଟି ସଚିବ । ବିସ୍ତୀର୍ଣ୍ଣ ବେଳାଭୂମି ବୁଲି ଦେଖିଥିଲେ । ତାଳସରୀ ଓ ଉଦୟପୁର ବେଳାଭୂମିର କିଭଳି ବିକାଶ କରାଯିବ ଓ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେନେଇ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌।

Leave A Reply