Odisha news

ପ୍ରତିଦିନ ୭ ପେଗ୍‌ ପରିସ୍ରା ପିଉଛନ୍ତି

0

ଜ ମ ର୍ । ନ ୀ ର ହେମ୍ବର୍ଗରେ ରହୁଥିବା ୨୬ ବର୍ଷୀୟ ଜୈନ୍‌ ସଚୁନେମାନ ଦାବି କରିଛନ୍ତି ପ୍ରତିଦିନ ପରିସ୍ରା ପିଉଥିବା ଯୋଗୁ ଅନେକ ବର୍ଷ ହେବ ରୋଗରେ ପଡ଼ିନାହାନ୍ତି । ଏଥିସହ ନିଜକୁ ଫିଟ୍‌ ଅନୁଭବ କରୁଛନ୍ତି । ସେ ପରିସ୍ରାକୁହିଁ ନିଜ ଶରୀରରେ ଲଗାନ୍ତି । ଏହାଦ୍ୱାରା କୁଆଡ଼େ ତାଙ୍କ ସ୍କିନ୍‌ ଗ୍ଲୋ କରୁଛି । ପରିସ୍ରାକୁ ଆହୁରି ବିଭିନ୍ନ ଉପାୟରେ ସେ ବ୍ୟବହାର କରିଥାନ୍ତି । ଜୈନ୍‌ ପ୍ରତିଦିନ ୭ ପେଗ୍‌ ପରିସ୍ରା ପିଇଥାନ୍ତି । ସିରିଞ୍ଜ ସାହାଯ୍ୟରେ ପରିସ୍ରାକୁ ଆଖି, ନାକ ଓ କାନରେ ପକାଇଥାନ୍ତି । ଏହାଦ୍ୱାରା ତାଙ୍କ ଇମୁ୍ୟନିଟି ଷ୍ଟ୍ରଙ୍ଗ୍‌ ରହିବା ସହ ଡିପ୍ରେସନ୍‌ ମଧ୍ୟ ଦୂର ହୋଇଥାଏ । ଜୈନ୍‌ ପରିସ୍ରାକୁ ପ୍ରତ୍ୟେକ ରୋଗ ଓ ଭାଇରସ୍‌ର ଔଷଧ ଦର୍ଶାଇଛନ୍ତି । ଏହା ବଡିର ନାଚୁରାଲ୍‌ ଭାକ୍‌ସିନ୍‌ । ଜୈନ୍‌ କହିଛନ୍ତି ସେ ପୂର୍ବରୁ ଅବସାଦଗ୍ରସ୍ତ ଓ ଦୁର୍ବଳ ଥିଲେ । କିନ୍ତୁ ଏବେ ତାଙ୍କ ଦୁନିଆ ବଦଳିଯାଇଛି । ଅନ୍ୟ ଲୋକଙ୍କୁ ବି ଏହା ଆପଣାଇବାକୁ ନିବେଦନ କରିଛନ୍ତି । ୟୁରିନ୍‌ ଥେରାପି ନୂଆ ନୁହେଁ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାର୍‌ଜି ଭାଇ ଦେଶାଇ ମଧ୍ୟ ମୂତ୍ରପାନ କରୁଥିଲେ ।

Nalco
Leave A Reply