Odisha news

ଟାୱାର ଥିଲେବି ସେବା ମିଳୁନାହିଁ ମୁଣ୍ଡିଗଡ ଲୋକଙ୍କୁ ଏସଡିଓଙ୍କୁ ଦାବୀ କଲେ ଗ୍ରାମବାସୀ

0

ଫୁଲବାଣୀ,୧୧/୦୯( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗ୍ରାମ ପଂଚାୟତରେ ଥିବା ପଂଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ଏକ ବିଏସଏନଏଲ ଟାୱାର । ହେଲେ ସେଠାରେ ଭଲ ଭାବରେ ଲୋକଙ୍କୁ ନେଟୱାର୍କର ସଠିକ ସେବା ମିଳୁନାହିଁ । ସେଥିପାଇଁ ଆଜି ମୁଣ୍ଡିଗଡ ଲୋକେ ଆସି ବିଏସଏନଏଲ କାର୍ଯ୍ୟାଳୟରେ ଏସଡିଓଙ୍କୁ ଏହି ସଂକ୍ରାନ୍ତରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଦେଇଥିବା ଦାବୀ ଅନୁସାରେ ସେଠାରେ ଥିବା ଟାୱାର ଯୋଗୁଁ ମୁଣ୍ଡିଗଡର ଲୋକେ ସଠିକ ଭାବରେ ନେଟୱାର୍କର ସେବା ପାଉ ନାହାନ୍ତି ।

ଫଳରେ ସେହି ଅଂଚଳର ଲୋକଙ୍କୁ ସେମାନଙ୍କର ବ୍ୟାଙ୍କ ସେବା,ଆବଶ୍ୟକ ବେଳେ ଅନଲାଇନ୍ ସେବା ପାଇଁ,ବିଭି୍ନ ସରକାରୀ ସେବା ପାଇଁ ଆବଶ୍ୟକ ହେଉଥିବା ନେଟୱାର୍କର ଅଭାବ ଯୋଗୁଁ ସେଥିରେ ବାଧା ଉପୁଜିବା,ଏବଂ ବର୍ତମାନ କରୋନା ସଂକ୍ରମଣ ଯୋଗୁଁ ପିଲାଙ୍କର ସ୍କୁଲ,କଲେଜ,ଏବଂ ଅନ୍ୟାନ୍ୟ ବୈଷୟୀକ ଶିକ୍ଷା ସବୁ ଅନ୍ ଲାଇନରେ ପଢାଯାଉଛି ।

ହେଲେ ସେଠାରେ ଥିବା ଟାୱାରରେ ସଠିକ ଭାବରେ ନେଟୱାର୍କ ଆସୁନଥିବାରୁ ତଥା ସେଠାରେ ଥିବା ଟାୱାରଟି ମୁଣ୍ଡିଗଡ ପଂଚାୟତ ଅଂଚଳକୁ ପୁରା କଭର କରୁନଥିବାରୁ ସେଠାରେ ଥିବା ଲୋକେ ମୋବାଇଲ ସେବାଠାରୁ ଆରମ୍ଭ କରି ଉପୋରୋକ୍ତ ସମସ୍ତ ସେବା ପାଇପାରୁ ନଥିବା ନେଇ ଏକ ଦାବୀ ପତ୍ର ବିଏସଏନଏଲ ଏସଡିଓଙ୍କୁ ଦେଇଥିବା ଜଣାପଡିଛି । ସେଠାରେ ତୁରନ୍ତ ସଠିକ ସେବା ପ୍ରଦାନ କରାନଗଲେ ସେହି ଅଂଚଳର ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Nalco
Leave A Reply