Odisha news

ପାଇଖାନାରେ ବସିଲା ବେଳକୁ ଗୁପ୍ତାଙ୍ଗକୁ କାମୁଡ଼ିଲା ସାପ ତାପରେ….

0

ନୂଆଦିଲ୍ଲୀ : ସେପାକୁ ଦେଖି ସମସ୍ତଙ୍କର ଅଵସ୍ଥା ଢିଲା ହୋଇଯାଇଥାଏ l ଥରେ ଭାବି ଦେଖନ୍ତୁ ଯେ ଆପଣ ପାଇଖାନାରେ ବସିଥିବା ବେଳେ ତଳ ପଟରୁ ଗୋଟିଏ ସାପ ଆସି ଆପଣଙ୍କ ଗୁପ୍ତାଙ୍ଗରେ ଦଂଶନ କରିବ l ଏପରି ଏକ ଘଟଣା ଘଟିଛି ଥାଇଲ୍ୟାଣ୍ଡରେ ଜଣେ ଯୁବକଂକା ସହିତ l ସେ ଯେତେବେଳେ ପାଇଖାନାରେ ବସିଲେ ତା ପୂର୍ବରୁ ସେଠି ଲୁଚି ରହିଥିବା ୪ ଫୁଟ ଲମ୍ଭାର ଗୋଟିଏ ସପା ତାର ଗୁପ୍ତାଙ୍ଗକୁ କାମୁଡି ଦେଲା l ଏହାପରେ ତାଙ୍କର ପରିବାର ଲୋକେ ଯୁବକ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରୁ ଦୁଇଶହ କିଲୋମିଟର ଦୂରରେ ଥିବା ନେନ୍ଥାବୁରି ଅଞ୍ଚଳରେ ଏହି ପରି ଏକ ଘଟଣା ଘଟି ଯାଇଛି l

ଏହି ଯୁବକ ଜଣଙ୍କ ଯେତେବେଳେ ପାଇଖାନାରେ ବାସିଲେ ତା ପୂର୍ବରୁ ସେଠାରେ ଗୋଟିଏ ବିଷଧର ସାପ ଥିଲା ଓ ସେ ତାର ବିଷ ଦାନ୍ତରେ ଯୁବକର ଗୁପ୍ତାଙ୍ଗକୁ କାମୁଡି ଧରିଲା l ସେ କଷ୍ଟରେ ଚିତ୍କାର କରି ବାହାରକୁ ବାହାରି ଆସିଲେ ଓ ଦେଖାଯାଇଥିଲା ଯେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଛି l ଏହି ଯୁବକଙ୍କର ନାମା ଶିରଫୋପ ତାଙ୍କର ବୟସ ୧୮ ବର୍ଷ l ଏହା ପାରେ ଆମ୍ବୁଲାନ୍ସ ଡାକ ଯାଇ ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା l ଡାକ୍ତର ଖାନରେ ଡାକ୍ତର ମାନେ ତଙ୍କରା ଗୁପ୍ତାଙ୍ଗରେ ତିନିଟି ସ୍ଟିଜ ପଡିଥିଲା l ତାପରେ ତାଙ୍କୁ ଆଣ୍ଟିବାୟୋଟିକ ଔଷଧ ଦିଆଯାଇଥିଲା କାରଣ ସାପର ବିଷକୁ ଆୟତ କରାଯାଇ ପାରିବ l ସେହି ଯୁବକ ଜଣଙ୍କ ଗଣମାଧ୍ୟମକୁ ମଧ୍ୟ ଏବିଷୟରେ ସୂଚନା ଦେଇଥିଲେ l

ଯୁବକ ଜଣଙ୍କ ପାଇଖାନାରୁ ବାହାରିବା ପରେ ସାପଟି ପାଇଖାନା ଭିତରେ ମିଳିଥିଲା l ସାପଟି ପାଖାପାଖି ୪ ଫୁଟ ଲମ୍ବା ଥିଲା ଓ ତାକୁ ଧରି ଜଙ୍ଗଲରେ ଛାଡି ଦିଆଯାଇଥିଲା l ଏହି ଘଟଣା ପରେ ଯୁବକଙ୍କ ମା କହିଛନ୍ତି ଯେ ସାପଟି କିପରି ଆମ ଘର ପାଇଖାନା ଭିତରକୁ ଆସିଲା ସେ ବିଷୟ ମୁଁ ଜାଣିନାହିଁ l ମୋ ପୁଅକୁ ସାପଟି ଆଘାତ ଦେଇଥିବା ହେତୁ ମାତେ ଭୟ ଲାଗୁଛି l

Nalco
Leave A Reply