Odisha news

କଳ୍ପନାଙ୍କ ନାମରେ ମହାକାଶଯାନ

0

ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ କଳ୍ପନା ଚାୱାଲାଙ୍କ ନାମରେ ମହାକାଶଯାନର ନାମ ରଖାଯାଇଛି । ନାସା ନିଜ େ ଫ ସ ବ ୁ କ ୍‌ ପେଜ୍‌ରେ ଏ ସୂଚନା ଦେଇଛି । ଏୟାରସ୍ପେସ୍‌ କମ୍ପାନୀ ନର୍ଥରୋପ୍‌ ଗ୍ରୁମେନ୍‌ କର୍ପୋରେଶନ୍‌ ଲଞ୍ଚ୍‌ କରିବାକୁ ଥିବା ସିଗ୍ନସ୍‌ ସ୍ପେସକ୍ରାଫଫଟ କଳ୍ପନାଙ୍କ ନାମରେ ରଖିଛି । କାର୍ଗୋ ସ୍ପେସ୍‌କ୍ରାଫଫକୁ ୨୯ ସେପେଫମ୍ବରରେ ଇଣ୍ଟରନାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଛଡ଼ାଯିବ । କଳ୍ପନା ମହାକାଶକୁ ଯାଇଥିବା ଭାରତର ପ୍ରଥମ ମହିଳା । ୨୦୦୩ରେ ଅନ୍ତରୀକ୍ଷ ଯାନରେ ହୋଇଥିବା ଦୁର୍ଘଟଣାରେ ତାଙ୍କର ମୃତୁ୍ୟ ହୋଇଥିଲା । ହରିୟାଣାର କରନାଲରେ ତାଙ୍କର ଜନ୍ମ । ଏରୋନଟିକାଲ ଇଞ୍ଜିନିୟରିଂ ଓ ସ୍ପେସ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିବା ପରେ ୧୯୮୮ରେ ନାସା ଜଏନ୍‌ କରିଥିଲେ। ୧୯୯୫ରେ ନାସାର ଅନ୍ତରୀକ୍ଷ ଯାତ୍ରୀ କୋର୍‌ ଟିମ୍‌ରେ ସାମିଲ ହୋଇଥିଲେ ।

Nalco
Leave A Reply