Odisha news

ପ୍ଲାଜମା ଦାନ ଲାଗି ଜଳେଶ୍ୱରରୁ ୫ଜଣ ଯୁବକଙ୍କ କଟକ ଗସ୍ତ

0

ଜଳେଶ୍ୱର : ସାମ୍ପ୍ରତିକ କରୋନା ମୁକାବିଲା ଲାଗି ପ୍ଲାଜମା ଥିରାପି ଏକମାତ୍ର ଉପାୟ ହୋଇଥିବା ବେଳେ ଜଳେଶ୍ୱର ଅଞ୍ଚଳରୁ ୫ଜଣ ଯୁବକ ପ୍ଲାଜମା ଦାନ କରିବାଲାଗି କଟକ ଯାତ୍ରା କରିଛନ୍ତି । କରୋନା ରୋଗରୁ ରକ୍ଷା ପାଇବାପାଇଁ ଏଯାବତ୍ କୌଣସି ଔଷଧ ବାହାରିନଥିବା ବେଳେ ଏହାର ଏକମାତ୍ର ବିକଳ୍ପ ପ୍ଲାଜମା ଥେରାପି ହୋଇଥିବାରୁ ସମଗ୍ର ଦେଶରେ ଏପରି ବ୍ୟବସ୍ଥା କରାଯାଇଛି । ଯେଉଁ ଯୁବକମାନେ କରୋନା ରୋଗରୁ ଭଲ ହୋଇଥିବେ ସେହିମାନେ କେବଳ ଏହି ପ୍ଲଜମା ଦେଇପାରିବେ ।

ଏହି ପ୍ଲାଜମାକୁ ଅନ୍ୟ ଯେକୌଣସି ଗୁରୁତର ୨ ରୋଗୀଙ୍କୁ ଦେଇ କରୋନା ରୋଗରୁ ରକ୍ଷା କରାଯାଇପାରିବ । ଆଜି ଚନ୍ଦନ କୁମାର ଦାସ, ନନ୍ଦନ କୁମାର ଦତ୍ତ, ଅରବିନ୍ଦ ଜେନା, ପଦ୍ମଲୋଚନ ବେହେରା, ବାଦଲ ଦାସ ପ୍ରମୁଖଙ୍କୁ ଟେକ୍ନିସିଆନ୍ ଦେବାଶିଷ ଦତ୍ତ ସାଥିରେ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଜଳେଶ୍ୱର ଡାକବଂଗଳାଠାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏପରି ଏକ ମହାମାରୀ ସମୟରେ ସହାୟତା କରୁଥିବାରୁ ତାଙ୍କୁ କୃତଜଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ଜେନା, ପ୍ରତୀପ ପ୍ରଧାନ, ଭୂପତି ମିର୍ଦ୍ଧା, ବିଜୟ କାମିଳା, ଶଂକର ଘୋଷ, ଅର୍ଚ୍ଚନା ଗିରି, ଅଶୋକ ପାତ୍ର, ଅନନ୍ଦ କର, ସଞ୍ଜିବ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply