କେନ୍ଦ୍ରାପଡା-୨୨/୦୫ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ଖଣ୍ଡସାହି ଗ୍ରାମରେ ଗତ ୧୭ ତାରିଖ ଅଗ୍ନିକାଣ୍ଡ ଘଟି ୬ଟି ଦଳିତ ପରିବାର ର ଘରପୋଡି ସର୍ବଶାନ୍ତ ହୋଇ ଯାଇଥିଲା । ଏହି ଦଳିତ ପରିବାରକୁ ଜିଲ୍ଲା ବିଜେପି ଶାଖା ତରଫରୁ ସହାୟତା ପ୍ରଧାନ କରାଯାଇଥିବା ଜଣା ପଡିଛି ।

ପୂର୍ବତନ ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଖବର ପାଇ ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ଖାଦ୍ୟ ସାମଗ୍ରୀ, ପାଲ, ମାସ୍କ ସମେତ ଅର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶୁକ୍ରବାର ଏହି ସହାୟତା ପ୍ରଧାନ ବେଳେ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ସୁନାକର ବେହେରା, ନେହେରୁ କୁମାର ସାହୁ, ଶଶାଙ୍କ ଶେଖର ଓଝା, ସୁଧିର ପରିଡା, ଲକ୍ଷ୍ମିଧର ମଲିକ, ପ୍ରମୋଦ ମହାରଣା, ଅଭିମନୁ୍ୟ ଗୋଛାୟତ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here