ଭୁବନେଶ୍ୱର ତା-୦୭.୦୯.୨୦୨୦ : ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିଦେ୍ର୍ଦଶାଳୟରେ ଲୋକସମ୍ପର୍କ ଅଧିକାରୀ (ସଦର ମହକୁମା) ଭାବେ କାର୍ଯ୍ୟରତ ଶ୍ରୀ ପଠାଣି ରାଉତ, ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ ଭାବେ ଯୋଗଦାନ କରିଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ କରିବେ ।

ଲୋକ ପ୍ରଶାସନରେ ସ୍ନାତକୋତ୍ତର, ଲୋକସମ୍ପର୍କ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିପ୍ଲୋମା ହାସଲ କରିଥିବା ଶ୍ରୀ ରାଉତ, ଏହି ବିଭାଗରେ ଦୀର୍ଘ ୨୨ ବର୍ଷରୁ ଊଦ୍ଧ୍ୱର୍ ଧରି ରାଜ୍ୟର ବିଭିନ୍ନ ଉପଖଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କଟକରେ ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରିଥିବା ବେଳେ ଏବେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ,ଭୁବନେଶ୍ୱରରେ ଲୋକ ସଂପର୍କ ଅଧିକାରୀ ( ସଦର ମହକୁମା) ପଦବୀରେ ଥାଇ ବହୁମୁଖୀ କାର୍ଯ୍ୟ ସଂପାଦନ କରୁଛନ୍ତି ।

ଶ୍ରୀ ରାଉତଙ୍କର ନିଜସ୍ୱ ଗ୍ରାମ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ନିକଟସ୍ଥ ଇନ୍ଦ୍ରପାଳ ଗ୍ରାମରେ । ସରକାରୀ ସମ୍ବାଦ ପ୍ରକାଶନ, ସୃଜନାତ୍ମକ ଲେଖାରେ ରୁଚି ରଖୁଥିବା ଶ୍ରୀ ରାଉତ, ତାଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ପାଥେୟ କରି ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିବେ ବୋଲି ଆଶା ପ୍ରକାଶ କରିବା ସହିତ ଏ ଦିଗରେ ସେ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଥିବା ଶ୍ରୀ ମାନସ ରଂଜନ ଖୁଣ୍ଟିଆଙ୍କର ଉପନିଦେ୍ର୍ଦଶକ ପଦବୀକୁ ପଦନ୍ନୋତି ହୋଇଛି ।

LEAVE A REPLY

Please enter your comment!
Please enter your name here