ଢେଙ୍କାନାଳ :୨୧/ ଆଜି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଆଜି ସଂଧ୍ୟା ୭ ଘଟିକା ସମୟରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୂତିଆଙ୍କ ଠାରୁ ସୂଚନା ପାଇ ବଜରଙ୍ଗ କ୍ଲବ୍‌ର କିଛି ସଦସ୍ୟ ବଳଦିଆବନ୍ଧ ଚେକ୍‌ପୋଷ୍ଟ ଠାରେ ପହଁଚିଥିଲେ । ସେଠାରେ ସୁଦୂର ଆନ୍ଧ୍ରପ୍ରଦେଶରୁ ବହୁ ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜର ଜନ୍ମସ୍ଥାନ ମଧ୍ୟପ୍ରଦେଶର ସିଙ୍ଗରୋଲି ଅଭିମୁଖେ ଯାଉଥିଲେ । ସେଠାରେ କ୍ଲବ୍ ସଦସ୍ୟମାନେ ପହଂଚି ସେମାନଙ୍କୁ ହ୍ୟାଣ୍ଡୱାଶ ମାଧ୍ୟମରେ ହାତଧୋଇବା ପରେ ସାମାଜିକ ଦୂରତ୍ୱର ସହିତ ରନ୍ଧାଖାଦ୍ୟ ବଂଟନ କରିଥିଲେ ଏବଂ ଆଗାମୀ ଦୁଇଦିନ ପାଇଁ ଶୁଖିଲା ଖାଦ୍ୟ ସହ ଗ୍ଲୋକୋଜ୍‌, ଓ ଯଥେଷ୍ଟ ପରିମାଣର ପାଣି ମଧ୍ୟ ଦେଇଥିଲେ । ଏହାପରେ କ୍ଲବ୍ ସଦସ୍ୟମାନେ ପାଣ୍ଡି ଅଧିକାରୀଙ୍କ ସହାୟତାରେ ଏକ ଟ୍ରକ୍ ମାଧ୍ୟମରେ ସେମାନଙ୍କର ଗନ୍ତବ୍ୟସ୍ଥଳ ସିଙ୍ଗରୋଲି ଅଭିମୁଖେ ପଠାଇବାର ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here