Odisha news

ବାପା ହେଲେ ରୋହିତ

0

ମୁମ୍ବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କ ପାଇଁ ୨୦୧୮ ବେଶ ସ୍ମରଣୀୟ ହୋଇ ରହିବ । ରବିବାର ଦଳ ମେଲବୋର୍ଣ୍ଣରେ ବିଜୟ ଧ୍ୱଜା ଉଡାଇଥିବା ବେଳେ ରୋହିତ ବାପା ହେବାର ସୁଖଦ ଅନୁଭୂତି ସାଉଁଟିଛନ୍ତି । ମେଲବୋର୍ଣ୍ଣ ଟେଷ୍ଟ୍‌ ଜିତିବାର କିଛି ଘଣ୍ଟା ପରେ ସେ ଭାରତ ଫେରିବା ପାଇଁ ବିମାନରେ ବସିଥିବା ବେଳେ ତାଙ୍କ ପାଖକୁ ଏହି ଖବର ଆସିଥିଲା । ରୋହିତ ଏବେ ପୂରା ସମୟ ତାଙ୍କ ସ୍ତ୍ରୀ ରିତିକା ଓ ଝିଅକୁ ଦେବେ । ସେଥିପାଇଁ ସେ ଜାନୁଆରୀ ୩ ତାରିଖରୁ ସିଡନୀରେ ଆରମ୍ଭ ହେଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଖେଳିବେ ନାହିଁ । ତାଙ୍କ ବଦଳରେ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ । ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ଅପରାଜିତ ୬୩ ରନ୍‌ କରିଥିଲେ । ଏହି ମ୍ୟାଚ ଜିତି ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ଦଳ ସିଡନୀ ଟେଷ୍ଟ୍‌ ଜିତି ସିରିଜ୍‌ ଜିତିବା ଲକ୍ଷ୍ୟରେ ରହିଛି । ଏମିତି ହେଲେ ଭାରତ ଇତିହାସ ରଚିବ । କାରଣ ଅଷ୍ଟ୍ରେଲିଆ ମାଟିରେ ଭାରତ କେବେବି ସିରିଜ୍‌ ଜିତି ନାହିଁ ।

Leave A Reply