Odisha news

ଆଇିସିସି ର୍ୟାଙ୍କିଙ୍ଗ୍‌ : ବିରାଟ, ରବାଡା ଶୀର୍ଷ

0

ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ୍‌ ସୋମବାର ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି । ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା ଯଥାକ୍ରମେ ବ୍ୟାଟ୍ସମ୍ୟାନ୍‌ ଓ ବୋଲର ର୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କୋହଲି ମେଲବୋର୍ଣ୍ଣ ଟେଷ୍ଟରେ ୮୨ରନ୍‌ କରିଥିଲେ । ଫଳରେ ତାଙ୍କର ୩ ରେଟିଂ ପଏଣ୍ଟ ବୃଦ୍ଧି ହୋଇଛି । ସେ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ୯୩୭ ସହ ବର୍ଷ ଶେଷ କରିଛନ୍ତି । ଚଳିତ ବର୍ଷ କୋହଲି ସମସ୍ତ ଫର୍ମାଟରେ ୧୩୨୨ରନ୍‌ କରିଛନ୍ତି । ନୁ୍ୟଜିଲାଣ୍ଡର କେନ୍‌ ୱିଲିୟମସନ୍‌ ବ୍ୟାଟ୍ସମ୍ୟାନ୍‌ ର୍ୟାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେତେଶ୍ୱର ପୂଜାରା ୪ର୍ଥ, ୱିକେଟ୍‌ କିପର ରିଷଭ ପନ୍ତ ୩୮ତମ ସ୍ଥାନ ସହ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି । ଡେବୁ୍ୟଟାଣ୍ଟ ମୟଙ୍କ ଅଗ୍ରୱାଲ ୬୭ତମ ସ୍ଥାନରେ ରହିଛନ୍ତି । ଡେବୁ୍ୟ ମ୍ୟାଚରେ ୭୬ ଓ ୪୨ରନ୍‌ କରିଛନ୍ତି ।
ବୋଲର ତାଲିକାରେ କାଗିସୋ ରବାଡାଙ୍କ ଦବଦବା ଜାରି ରହିଛି । ଗତ ୧୭୮ ଦିନ ଧରି ରବାଡା ଶୀର୍ଷରେ ରହିଛନ୍ତି । ସେଞ୍ଚୁରିଅନ୍‌ ମ୍ୟାଚରେ ରବାଡା ୬ ୱିକେଟ୍‌ ନେଇ ୨୦୧୮ ବର୍ଷରେ ୧୦ ମ୍ୟାଚରୁ ୫୨ ୱିକେଟ୍‌ ଅକ୍ତିଆର କରିଛନ୍ତି । ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦ୍ୱାଦଶ ସ୍ଥାନରେ ରହିଛନ୍ତି । ମେଲବୋର୍ଣ୍ଣ ମ୍ୟାଚରେ ସେ ୯ ୱିକେଟ୍‌ ଅକ୍ତିଆର କରିଥିଲେ । ମହମ୍ମଦ ସାମି ୨୩ତମ ସ୍ଥାନରେ ରହିଛନ୍ତି । ଦଳ ର୍ୟାଙ୍କିଙ୍ଗରେ ଭାରତ ପ୍ରଥମ, ଇଂଲଣ୍ଡ ଦ୍ୱିତୀୟ, ନୁ୍ୟଜିଲାଣ୍ଡ ତୃତୀୟ, ଦ.ଆଫ୍ରିକା ଚତୁର୍ଥ, ଅଷ୍ଟ୍ରେଲିଆ ପଞ୍ଚମ, ଶ୍ରୀଲଙ୍କା ଷଷ୍ଠ, ପାକିସ୍ତାନ ସପ୍ତମ, େୱଷ୍ଟ ଇଣ୍ଡିଜ୍‌ ଅଷ୍ଟମ, ବାଂଲାଦେଶ ନବମ ଏବଂ ଜିମ୍ବାେୱ ୧୦ମ ସ୍ଥାନରେ ରହିଛି ।

Leave A Reply