Odisha news

ମାଗଣା ରେସନ୍ ସାମଗ୍ରୀ ବଣ୍ଟନରେ ଅନିୟମିତତା, ବିଡିଓଙ୍କ ଠାରେ ଫେରାଦ ହେଲେ ଗ୍ରାମବାସୀ

0

ତିହିଡି,( ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧିନ ନଳତେଇ ଗାଁରେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ମାଗଣା ରେସନ ସାମଗ୍ରୀ ବଣ୍ଟନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ଏଯାଏଁ ୪ ଜଣ ଉପଭୋକ୍ତା ଆଦୌ ସାମଗ୍ରୀ ପାଇନଥିବା ବେଳେ ୩୦ରୁ ଉଦ୍ଧ୍ୱର୍ ଉପଭୋକ୍ତା ଆଂଶିକ ପାଇଥିବା ଅଭିଯୋଗ ହୋଇଛି । ସାମଗ୍ରୀ ନେବାବେଳେ ଉପଭୋକ୍ତା ଦସ୍ତଖତ ଦେଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ମିଳିନଥିବା କୁହାଯାଉଛି ।

ପଞ୍ଚାୟତ ଅଧିନରେ ଏହି ରେସନ ସାମଗ୍ରୀ ପ୍ରଦାନ କରାଯାଉଛି । ପ୍ରତିଥର ନଳତେଇ ଗାଁର ଅଧିବାସୀ ରାସନ ନେବାକୁ ପ୍ରାୟ ୫ କି.ମି ଦୂର ପଞ୍ଚାୟତ କାର୍ଯ୍ୟାଳକୁ ଆସିବାକୁ ପଡିଥାଏ । ଗାଁ ମଧ୍ୟରେ ଉକ୍ତ ରେସନ ସାମଗ୍ରୀ ବଣ୍ଟନ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପଞ୍ଚାୟତ ପ୍ରଶାସନ ବେଖାତିର କରି ·ଲିଛନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଜୟଶ୍ରୀ ପଣ୍ଡା, ପାଞ୍ଚାଳୀ ମିଶ୍ର, ମମତା ପାଢୀ, ବିଦ୍ୟାଧର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାସ, କମଳାକାନ୍ତ ପଣ୍ଡା, ବିଚିତ୍ର ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଜଗନ୍ନାଥ ମିଶ୍ର, ପଞ୍ଚାନନ ପରିଡା, ଦିଗମ୍ବର ପାଢୀ, ବିକାଶ ପାଢୀ, ଗଣେଷ ପାଢୀ, ଅକ୍ଷୟ ପଣ୍ଡା, ଲିଜା ବେହେରା, ସନ୍ତୋଷ ଦାସ, ନନ୍ଦକିଶୋର ପାଢୀ, ମହେଶ୍ୱର ପାଢୀ, ନାରଣ ପଣ୍ଡା, ଅଜୟ ପଣ୍ଡା, ଚନ୍ଦ୍ରମଣି ପଣ୍ଡା, ସବିତା ମିଶ୍ର, ଶିବପ୍ରସାଦ ପାଢୀ, ସାବିତ୍ରୀ ପାଢୀ ଓ ନିଧି ମିଶ୍ର ପ୍ରମୁଖ ଉପଭୋକ୍ତା ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଏମଆଇଙ୍କ ଜରିଆରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଏହି ହିତାଧିକାରୀ ମାନଙ୍କୁ ସେଦିନ ବିଡିଓ ପ୍ରତିଶ୍ରୁତିି ଦେଇଥିଲେ । ମାତ୍ର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ସାମଗ୍ରୀ ପ୍ରଦାନ କରିବା ତ ଦୂରର କଥା ଏଯାଏଁ ତଦନ୍ତ ହୋଇନଥିବା ଉପଭୋକ୍ତାମାନେ କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଅମର କୁମାର ଦାସଙ୍କୁ ପ·ରିବାରୁ ୩ କ୍ୱିଣ୍ଟାଲ ୪୦ କିଲୋଗ୍ରାମ ଗହମ ସର୍ଟେଜ୍ ହେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଯୋଗାଣ କରାଗଲେ ଏହା ଭରଣା କରାଯିବ ବୋଲି କହିଛନ୍ତି ।

Nalco
Leave A Reply