ରାୟଗଡା,୬ ।୯((ରବୀନ୍ଦ୍ର ପାଟଖଣ୍ଡଳ ))- ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ ଆଜିର ୧୦୧ ଜଣଙ୍କ ପଜିଟିଭ ଚିହ୍ନଟ ମିସାଇ ସଂଖ୍ୟା ୫୩୦୯କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୯୫ ଦିନରେ ୫ହଜାରକୁ ଟୋପିଛି ଆକ୍ରାନ୍ତଙ୍କ ସଂଖ୍ୟା ତେବେ ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଛି ।
ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଯୋଗୁଁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ପଜିଟିଭ୍ ହାର କମାଇବା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ କୋରନା ସଂକ୍ରମଣକୁ ରୋକିବାରେ ବିଫଳ ହେଇଛି । ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ସଜାଗ ସହ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପୁରୁଷ ଏବଂ ୨୧ ଜଣ ମହିଳା ଅଛନ୍ତି ।
ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୩ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଲ୍ୟାଣସଂହପୁରରୁ ୨୦,ରାମନାଗୁଡ଼ାରୁ ୧୬, ରାୟଗଡା ସହରାଞ୍ଚଳରୁ ୧୫, ମୁନିଗୁଡାରୁ ୧୪, ଗୁଣପୁର ସହରାଞ୍ଚଳରୁ ୧୦, ଚନ୍ଦ୍ରପୁରରୁ ୭, ପଦ୍ମପୁରୁର ୬, କାଶିପୁରରୁ ୫, ରାୟଗଡ଼ା ଗ୍ରାମାଞ୍ଚଳରୁ ୪, ଗୁଣପୁର ଗ୍ରାମାଞ୍ଚଳରୁ ୨ ବିଷମକଟକ ଏବଂ କଲୋନରାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୪୬୬୨ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ ରେ ପହଞ୍ଚିଛି । ୬୨୦ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୫୮୬ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୪୬୨ ସୁସ୍ଥ ହୋଇଛନ୍ତି ଏବଂ ୧୨୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।
