Odisha news

ରୁଦ୍ଧ କଠୋରି ଭିତରେ ଅଟକି ଯାଇଛି ଶିକ୍ଷା ବିଭାଗର ଲାଞ୍ଚ କାରବାର ଫାଇଲ …..

0

ରାୟଗଡା,( ରବୀନ୍ଦ୍ର ପାଟଖଣ୍ଡଳ ) :  ଜିଲ୍ଲା ପ୍ରଶାସନର ରୁଦ୍ଧ କଠୋରି ଭିତରେ ଶିକ୍ଷା ବିଭାଗର ଲାଞ୍ଚ କାରବାରକୁ ନେଇ ତଦନ୍ତ ଫାଇଲ ଅଟକି ଯାଇଛି । ଦୋଷୀ ସ୍ୱୀକାର କରିଛି ମୁଁ ଲାଞ୍ଚ ମାଗିଛି । ଏହି ରିପୋର୍ଟ ଜିଲ୍ଲା ପ୍ରଶାସନର ମୁଖିଆଙ୍କ ନିକଟରେ ଉପସ୍ଥାପନା କରାଯାଇଛି । ତେବେ ଦସ୍ତଗତ ପରେ ପ୍ରକାଶ ପାଇବ ବୋଲି ରୁଦ୍ଧ ଅଟକି ଯାଇଛି ।

ତେବେ ଦୁର୍ନୀତିର ସ୍ୱର ଉତ୍ତୋଳନ କରୁଥିବା ଲୋକ ପଦାରେ ପଢିଲେ । ଲାଞ୍ଚ ନେଇଥିବା କିରାନି କମିଟି ସମ୍ମୁଖରେ ସ୍ୱେୀକାର କରିଥଲେ । ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ଡ଼ିପିସିଙ୍କ ଦ୍ୱାରା ଗଠିତ କମିଟି ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ । ତଥାପି ୧୯ ଦିନ ବିତିଗଲାଣି ତଦନ୍ତ ଫାଇଲର ନାଲି କପଡ଼ା ଖୋଲୁନାହିଁ । ଏହାକୁ ନେଇ ଲୋକେ କହୁଛନ୍ତି ଜିଲ୍ଲା ପ୍ରଶାସନ ରାଜନୈତିକ ଚାପରେ ଲଟକି ଯାଇଛି ଫାଇଲ ।

ପ୍ରକାଶଥାଉକି ଘଟଣାଟି ହେଲା କଲୋନରା ବିଇଓ କାର୍ଯ୍ୟାଳୟର ଚୁକ୍ତିଭିତିକ ହିସାବ ରକ୍ଷକ ସାହିଦା ପରବିନ ବକେୟା ଦରମା କରିବା ପାଇଁ କଲୋନରା ବ୍ଳକ ଅନ୍ତଗତ ଭାଗୁଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟୀକା ଜୋତ୍ରୀମୟୀ ମଲ୍ଲିକଙ୍କ ଠାରୁ ୩ମାସର ଦରମା ୧୯ହଜାର ୨ଶହ ଟଙ୍କା ବାବଦରେ ୧୦ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଡ଼ିଓ ଭାଇରାଲ ହୋଇଥିଲା ।

ସେଥିରେ କୁହାଯାଇଥିଲା ଯେ ଏହି ଲାଞ୍ଚ ଟଙ୍କା ଡ଼ିପିସି ଅଫିସ ଠାରୁ ବିଇଓ କାର୍ଯ୍ୟାଳୟର ମସସ୍ତ ସର୍କଲ ଶିକ୍ଷା ଅଧିକାରୀଙ୍କୁ ଦେବାକୁ ପଢିବ ବୋଲି କହୁଥବା ବେଳେ ଶେଷରେ ୫୦୦୦ଟଙ୍କା ଦେବାକୁ ଶିକ୍ଷୟତ୍ରୀ ମଳ୍ଳିକଙ୍କ ସ୍ୱାମୀ ଅନୁରୋଧ କରୁଥିଲେ । ଅଡିଓ ବାର୍ତ୍ତାଆଳାପ ପ୍ରଘଟ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ନେଇ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ସତ୍ୟାସତ୍ୟକୁ ନେଇ ଏକ କମିଟି ଗଠନ କରି ତୁରନ୍ତ ଏହାର ରିପୋର୍ଟ ପ୍ରଦାନ କରିବା ପାଇଁ ଆଦେଶ ଦେଇଥିଲେ ।

ସେହି ଆଦେଶ ପ୍ରକାରେ ଜିଲ୍ଲାଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା ଜିଲ୍ଲା ସମଗ୍ର୍ ଶିକ୍ଷାର ପ୍ରକଳ୍ପ ସଂଯୋଜିକା ଆନେସ୍ତେସିଆ କେରକେଟାଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଯେ ହେତୁ ସମଗ୍ର ଶିକ୍ଷା ଯୋଜନା ଅଧିନରେ ଏହି କାର୍ଯ୍ୟାଳୟ ଆସୁଛି । ଏ ନେଇ ଡିପିସି, ରାୟଗଡା ବ୍ଲକ ଶିକ୍ଷାଧିକାରୀ, ଏଫି.ସି ଏବଂ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ନେଇ କମିଟି ଗଠନ ହୋଇଥିଲା । ଉଭୟ ପକ୍ଷଙ୍କ ସହ କୋଲନରା ବିଇଓଙ୍କୁ ଡାକିି ଘଟଣା ସଂପର୍କରେ ରୁର୍ଦ୍ଦ ଦ୍ୱାର କୋଠରୀରେ ପଚରା ଉଚରା କରାଯାଇଥିଲା ।

ଅଭିଯୁକ୍ତ ଓ ଅଭିଯୋଗକାରୀ ଉଭୟଙ୍କୁ ନେଇ ଘଟଣାର ସତ୍ୟାସତ୍ୟ ନେଇ ତର୍ଜମା ମଧ୍ୟ ହୋଇଥିଲା । ଶେଷରେ ଲାଞ୍ଚ ମାଗିଥିବା ନେଇ ଭାଇରୋଲ ଅଡ଼ିଓ କଥା ସତ୍ୟ ସ୍ୱୀକାର କଲେ ଉଭୟ ପକ୍ଷ ଲାଞ୍ଚ ମାଗିଥିବା ବ୍ଳକ ହିସାବ ରକ୍ଷକ ଏବଂ ଅଭିଯୋଗ କାରିଣୀ ଶିକ୍ଷତ୍ରୀ ଘଟଣାଟି ସତ୍ୟ ବୋଲି ଲିଖିତ ଆକାରରେ ଦେଇଥିଲେ ତଦନ୍ତକାରୀ କମିଟିକୁ ।

ଏହି ରିପୋର୍ଟ ଗତ ୨ ତାରିଖରେ ଜିଲ୍ଲାପାଳଙ୍କୁ ପ୍ରଦାନ କାରଯାଇଥିବା ଡ଼ିପିସି କହିଛନ୍ତି । ତେବେ ଏହାକୁ ନେଇ ବିଭିନ୍ନ ମହୋଲରେ ଆଲୋଚନା ହେଉଛି ଯେ ଜିଲ୍ଲାରେ କେତେ ବଡ଼ ଦୁର୍ନୀତି ହେଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣେୁ ଦୁର୍ନୀତି କରୁଥିବା କର୍ମଚାରୀ ଉଚ୍ଚ ଅଧିକାରୀଙ୍କୁ ଖାତିରି କରୁନାହାନ୍ତି କି ଜନପ୍ରତିନିଧିଙ୍କ କଥାଙ୍କୁ ମଧ୍ୟ ଖାତିରି ନାହିଁ । ଏହି ବିଷୟରେ ଜିଲ୍ଲା ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜିକା ଆନେସ୍ତେସିଆ କେରକେଟାଙ୍କୁ ପଚାରିବାରୁ କହିଛନ୍ତି ଫାଇଲ ଯାଇଛି ଜିଲ୍ଲାପାଳଙ୍କ ପାଖକୁ ଫେରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Nalco
Leave A Reply