ପୁରୀ :ସ୍ୱାମୀ ଓ ତିନିପୁଅ ଥାଇ ବାରଦୁଆର ଶୁଣ୍ଢିପିଣ୍ଢା ହେଉଥିବା ଜଣେ ମହିଳାଙ୍କୁ ଆଜି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସାହାଯ୍ୟର ହାତ ବଢାଇଛି । ଜିଲ୍ଲା ଓ ଦୌରାଜଜ୍ ବିଦୁ୍ୟତ୍ କୁମାର ମିଶ୍ରଙ୍କ ହସ୍ତକ୍ଷେପ ଫଳରେ ସମ୍ପୃକ୍ତ ମହିଳା ଜଣକ ନୀଳାଦ୍ରୀ ନିଳୟରେ ରହିଛନ୍ତି । ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀମିଶ୍ର ସମ୍ପୃକ୍ତ ମହିଳାଙ୍କୁ ଅବହେଳା ପ୍ରଦର୍ଶନ କରିଥିବା ସ୍ୱାମୀ ଓ ତିନି ପୁଅଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।
ଆଜି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜଣେ ୭୦ବର୍ଷିୟ ବୃଦ୍ଧା କୋର୍ଟ ପରିସରରେ ବୁଲୁଥିବା ଦେଖି ପ୍ୟାନେଲ ଓକିଲ ଦୁର୍ଗା ମାଧବ ମହାପାତ୍ର ଓ ଶୁଭ୍ରାନ୍ତ କୁମାର ମିଶ୍ର ତାଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଆଣିଥିଲେ । ପଚରା ଉଚରା ପରେ ତାଙ୍କର ନାମ ହାଡ଼ି ଦେଇ ଓ ତାଙ୍କ ଘର ଦେଉଳପଡ଼ା, କପିଳେଶ୍ୱର ବୋଲି ଜଣାପଡ଼ିଥିଲା । ସ୍ୱାମୀ ସୁବଳ ପାତ୍ର ଓ ତିନି ପୁଅ ଦିବାକର, ରତ୍ନାକର ଓ ଭୀମସେନ ତାଙ୍କୁ ବୃଦ୍ଧା ଅବସ୍ଥାରେ ଅବହେଳା କରିୁଥିବା ସେ ଅଭିଯୋଗ କରିଥିଲେ । ସ୍ୱାମୀ ସୁବଳ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ମଧ୍ୟ ସେ କହିଥିଲେ ।
ସେ ଘରୋଇ ହିଂସାର ଶିକାର ହୋଇଥିବାରୁ ଘରେ ରହିବା ପାଇଁ ଅନିଚ୍ଛା ପ୍ରକାଶ କରି କୋର୍ଟରେ ମାମଲା ରୁଜୁ କରିବାକୁ ଚାହିଁଥିଲେ । ଏହି ସବୁ ଘଟଣା ଜଣିବା ପରେ ପ୍ରାଧିକରଣର ସଚିବ ଅମରେଶ ମହାପାତ୍ର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ଘଟଣା ଅବଗତ ହେବା ପରେ ଜିଲ୍ଲା ଓ ଦୌରାଜଜ୍ ଶ୍ରୀମିଶ୍ର ବୃଦ୍ଧାଙ୍କ ଯତ୍ନ ନେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢୀଙ୍କୁ ନିଦେ୍ର୍ଦଶ ଦେଇଥିôଲେ ।
ଏହାପରେ ବୃଦ୍ଧାଙ୍କୁ ଏକ ଜରାଶ୍ରମରେ ରଖିବାକୁ ପ୍ରାଧିକରଣର ସଚିବ ଶ୍ରୀପାତ୍ର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ସେଚ୍ଛାସେବୀମାନେ ସମ୍ପୃକ୍ତ ମହିଳାଙ୍କୁ ନୀଳାଦ୍ରୀ ନିଳୟରେ ରଖିଛନ୍ତି । ବୃଦ୍ଧାଙ୍କ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥି ସହିତ ବୃଦ୍ଧାଙ୍କ ସ୍ୱାମୀ ଓ ପୁଅମାନଙ୍କ ବିରୋଧରେ ଏସ୍ଡ଼ିଜେଏମ୍ଙ୍କ କୋର୍ଟରେ ଘରୋଇ ହିଂସା ଅଧିନିୟମ ୨୦୦୫ ଅନୁଯାୟୀ ମାମଲା ରୁଜୁ କରିବାକୁ ପ୍ୟାନେଲ ଓକିଲ ରାକେଶ ମହାନ୍ତିଙ୍କୁ ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ସବ୍କଲେକ୍ଟରଙ୍କ ଅଦାଲତରେ ବରିଷ୍ଠ ନାଗରିକ ଅଧିନିୟମ ଅନୁଯାୟୀ ଦରଖାସ୍ତ କରିବାକୁ କୁହାଯାଇଛି ।
