ଆଇସିଏମ୍ଆର୍ ରିପୋର୍ଟ ଅନୁଯାୟୀ ପ୍ଲାଜ୍ମା ଥେରାପି କରୋନାଜନିତ ମ ୃତ ୁ ୍ୟ ରୋକିବାରେ କି ସ୍ୱାସ୍ଥ୍ୟାବସ୍ଥା ଠିକ୍ କରିବା ପାଇଁ ଉପଯୋଗୀ ନୁହେଁ । ୧୪ ରାଜ୍ୟର ୩୯ ହସ୍ପିଟାଲରେ ୪୬୪ ରୋଗୀଙ୍କ ଉପରେ ପ୍ଲାଜ୍ମା ଥେରାପି ଟ୍ରାଏଲ କରାଯାଇଛି । ଟ୍ରାଏଲ୍ ପାଇ ଇଣ୍ଟରଭେନସନ୍ ଓ କଣ୍ଟ୍ରୋଲ ନାମରେ ଦୁଇଟି ଗ୍ରୁପ୍ କରାଯାଇଥିଲା । କଣ୍ଟ୍ରୋଲ ଗ୍ରୁପ୍ରେ ୨୩୩ ଲୋକଙ୍କୁ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ଦିଆଗଲା । ୨୮ ଦିନ ପର୍ଯ୍ୟନ୍ତ ଉଭୟ ଗ୍ରୁପ୍ ଉପରେ ନଜର ରଖାଗଲା । ପ୍ରଥମ ଗ୍ରୁପ୍ରେ ପ୍ଲାଜ୍ମା ଦିଆଯାଇଥିବା ୨୩୫ ରୋଗୀଙ୍କ ମଧ୍ୟରୁ ୩୪ ଜଣଙ୍କ ମୃତୁ୍ୟ ହୋଇଗଲା । ପ୍ଲାଜ୍ମା ଦିଆଯାଇ ନ ଥିବା ଗ୍ରୁପ୍ରେ ୩୧ ଜଣଙ୍କ ମୃତୁ୍ୟ ହୋଇଥିଲା । ଉଭୟ ଗ୍ରୁପ୍ରେ ୧୭ ଲେଖାଏଁ ଲୋକଙ୍କ ଅବସ୍ଥା ଗମ୍ଭୀର ହୋଇଥିଲା । ପ୍ଲାଜ୍ମା ଥେରାପି ଯୋଗୁ କେବଳ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଓ ଥକାପଣ ଦୂର ହେବାରେ ସାହାଯ୍ୟ ମିଳିଛି ।
