କୁଜଙ୍ଗ: ଇତିମଧ୍ୟରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଓ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲିକ୍ଙ୍କ କାର୍ଯ୍ୟାକାଳ ଏକ ବର୍ଷ ପୁରିଛି । ଏହି ଏକ ବର୍ଷ ମଧ୍ୟରେ କୁଜଙ୍ଗ ବ୍ଲକ୍ରେ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଉଭୟ ତ୍ୱରାନିତ୍ୱ କରିଥିବା ବେଳେ ବିଗତ ଦୁଇ ମାସ ହେଲା ଲକ୍ ଡାଉନ୍ ସମୟରେ କୋଭିଡ୍କୁ ମୁକାବିଲା କ୍ଷେତ୍ରରେ ପ୍ରଶାସନ ସହ ଯେଉଁ ସମନ୍ୱୟ ଓ ଯୋଗ ସୂତ୍ର କରି କାମ କରିଛନ୍ତି ତାହକୁ ନେଇ ବିଶିଷ୍ଟ ସମାଜସେବୀ ତଥା ସାଂସଦଙ୍କ କୁଜଙ୍ଗ ବ୍ଲକ୍ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ କୃତଜ୍ଞତା ଜଣାଇଛନ୍ତି ।

କେବଳ କୋଭିଡ୍ ନୁହେଁ ବାତ୍ୟର ଅବ୍ୟବହିତ ପୂର୍ବରୁ ଉଭୟ ବିଧାୟକ ଓ ସାଂସଦ ଏହି ଅଂଚଳରେ ଯେପରି ଜିରୋ କାଜୁଆଲଟି ହେବ ତାହା ନେଇ ଯୋଜନା ସହ ପରିବର୍ତ୍ତୀ ସମୟରେ ରିଲିଫ୍ ଓ ଥଇଥାନ କାମକୁ ଗୁରୁତ୍ୱ ଦେଇଥିବା କହିଛନ୍ତି ସୁଢଳ ସ୍ୱାଇଁ । ଏହି ଅବସରରେ କୁଜଙ୍ଗର ବିଡିଓ ପୂଜା ଲେଙ୍କା, ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଥାନା ଅଧିକାରୀ ଦିଲିପ୍ କମାର ସାହୁଙ୍କ ସହ ସମସ୍ତ ମେଡିକାଲ ଅଧିକାରୀଙ୍କୁ ସେ ଅଂଚଳ ବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here