କୋଣାର୍କ :କୋଣାର୍କ ଚନ୍ଦ୍ରଭାଗା ନୋଳିଆସାହି ରେ ଖୋଲିବ ଅତ୍ୟାଧୁନିକ ହାଇଜେନିକ ଫିସ ମାର୍ଟ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଶୁକ୍ରବାର ଅପରାହ୍ନ ରେ  ଚନ୍ଦ୍ରଭାଗାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ତହସିଲଦାର ପୃଥିଵୀରାଜ ମଣ୍ଡଳ  କୋଣାର୍କ ଏନ. ଏ. ସି. ର ନିର୍ଵାହି ଅଧିକାରୀ ଏମ୍ ଶ୍ରୀ ନିବାସ ଓ ରାଜସ୍ବ ନିରୀକ୍ଷକ ସତ୍ୟବାଦୀ ଚିନ୍ନରା ଙ୍କ ସମେତ  କୋଣାର୍କ ଏନଏସିର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।ଚନ୍ଦ୍ରଭାଗା ନୋଳିଆସାହିର  ଏକ ନିଦ୍ଧିଷ୍ଟ ସ୍ଥାନରେ ପ୍ରାୟ ତିନି ଏକର ପରିମିତ ସ୍ଥାନରେ ଏହି ପ୍ରକଳ୍ପ ନିର୍ମିତ ହେବ ।ଏହି ପ୍ରକଳ୍ପରେ ମତ୍ସ୍ୟଜୀବିଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେବ ।ବର୍ତ୍ତମାନ ମତ୍ସ୍ୟଜୀବି ମାନେ ସମୁମଦ୍ରରୁ ମାଛ ଧରିବା ପରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଢ଼ି ଉଠିଥିବା ଗୋଦାମ ରେ ମାଛ ଅତି ସ୍ବଳ୍ପ ମୂଲ୍ୟରେ ବିକ୍ରି କରୁଛନ୍ତି ।

ସରକାରୀ ଭାବେ ନିର୍ମିତ ହେବାକୁଥିବା ଏହି ସ୍ଥାୟୀ ମତ୍ସ୍ୟ ସଂଗ୍ରହ କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟଦରରେ ମତ୍ସ୍ୟଜୀବିଙ୍କ ଠାରୁ  ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଛ ସଂଗ୍ରହ କରାଯିବ ।ଏଠାରେ ଏକ  ସ୍ଥାୟୀ ଜେଟି ନିର୍ମାଣହେବା ଫଳରେ ମତ୍ସ୍ୟଜୀବି ମାନେ ଶୃଙ୍ଖଳିତ ଭାବେ ସେମାନଙ୍କ ମାଛକୁ ଏହି ସରକାରୀ ସଂସ୍ଥାରେ ବିକ୍ରି କରି ଲାଭବାନ ହୋଇପାରିବେ ।

ଚନ୍ଦ୍ରଭାଗାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବାପରେ ଅଦରକାରୀ ଭାବେ ଘରୋଇକରଣହୋଇ ଚାଲିଥିବା ସରକାରୀ ଫିସାରୀ କାର୍ଯ୍ୟାଳୟ ପୁନଶ୍ଚ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସୂଚନା ମିଳିଛି ।ମତ୍ସ୍ୟସଂପଦ ଭିତ୍ତିଭୂମି ବିକାଶ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରାଯିବ ।ଏହି ପ୍ରକଳ୍ପ ନିର୍ମାଣ ପରେ ସଂପ୍ରତି କୋଣାର୍କର ବିଭିନ୍ନ ସ୍ଥାନରେ ରାସ୍ତାକଡ଼ରେ ମାଛ ବିକୁଥିବା ମାଛ ବ୍ୟବସାୟୀ ମାନେ ମଧ୍ୟ ଶୃଙ୍ଖଳିତ ଭାବେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ମାଛ ବିକ୍ରି କରିପାରିବାର ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଜଣାପଡିଛି ।ତେବେ  ଜିଲ୍ଲାପାଳ ଚନ୍ଦ୍ରଭାଗା ଗ୍ରସ୍ତ କରିବା ସମୟରେ ଚନ୍ଦ୍ରଭାଗାର ପୁତିଗନ୍ଧମୟ ପରିବେଶ କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ । ଏଠାରେ ସୂଚନାଯୋଗ୍ୟକି , ଚନ୍ଦ୍ରଭାଗାରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳ ଙ୍କ ଉଦ୍ୟମ ରେ କୋଣାର୍କ ଏନ ଏ ସି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଠାକାର ପରିବେଶ ପୁତିମୟ ଓ ଦୁର୍ଗନ୍ଧ ଥିବାରୁ ଜିଲ୍ଲାପାଳ ବିରକ୍ତି ହୋଇଥିଲେ।

LEAVE A REPLY

Please enter your comment!
Please enter your name here