Odisha news

ଏମଜିଏନଆରଇଜିଏସ ରାସ୍ତା ନିର୍ମାଣରେ ଅନିୟମିତତା : ଭିଜିଲାନ୍ସ ତଦନ୍ତ ଦାବି କଲେ ଝିଙ୍କିରିଆ ସମିତି ସଭ୍ୟ

0

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଝିଙ୍କିରିଆ ଗ୍ରାମ ପଞ୍ଚାୟତ ଅଧୀନରେ ନିର୍ମାଣ ହେବାକୁ ଥିବା ୩ଗୋଟି ଏମଜିଏନଆରଜିଏସ(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) ରାସ୍ତାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ଅନିୟମିତତାର ତଦନ୍ତ ପାଇଁ ସମିତି ସଭ୍ୟ କୈଳାସ ମାଝୀଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଭିଜିଲାନ୍ସ ଏସପିଙ୍କୁ ବୁଧବାର ଲିଖିତ ଭାବେ ଜଣାଇଛନ୍ତି ।

ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ଭୋଗୁପୁର ଗ୍ରାମର ପିଏମଜିଏସୱାଇ ରାସ୍ତା ଠାରୁ ଶ୍ରୀଧର ପୃଷ୍ଟି ଘର ପର୍ଯ୍ୟନ୍ତ ରାସ୍ତା ପାଇଁ୫ଲକ୍ଷ,ଚଡକମରା ରାସ୍ତା ଠାରୁ ଝିଙ୍କିରିଆ ଭାୟା ମୁସ୍ତଫାବାଦ ରାସ୍ତା ପାଇଁ ୭ଲକ୍ଷ,ପତିରାଜପୁର ତଳସାହି ଠାରୁ ମା ବଡମ୍ବା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିଲା ।

ହେଲେ ରାସ୍ତାର କୌଣସି ଉନ୍ନତି କରାନଯାଇ ଅଢେଇ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଅଗ୍ରୀମ ବିଲ କରାଯାଇଛି । ସେପଟେ ଅଭିଯୋଗ ପରେ ଗୁରୁବାର ତରବରିଆ ଭାବେ କିଛି ନିକୃଷ୍ଟ ପାହାଡ ମାଟି ରାସ୍ତାରେ ପକାଇ ଏହାକୁ ରଫାଦଫା କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ବର୍ତ୍ତମାନ ସରକାରୀ ଗାଇଡଲାଇନ ଅନୁସାରେ ପ୍ରବାସୀମାନଙ୍କୁ ଏହି ଏମଜିଏନଆରଜିଏସ କାର୍ଯ୍ୟରେ ନିୟୋଜିତ କରାଯିବା କଥା ।

ହେଲେ ପ୍ରବାସୀଙ୍କୁ ଏଥିରେ ନିୟୋଜିତ କରାଯିବା ପରିବର୍ତ୍ତେ ବାହାର ପଞ୍ଚାୟତରୁ ଶ୍ରମିକ ଆଣି କାର୍ଯ୍ୟ କରାଯାଉଛି । ସେପଟେ ସୂଚନା ଫଳକ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନଥିବାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।ଏ ସମ୍ପର୍କରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବବ୍ରତ ମିଶ୍ରଙ୍କୁ ଯୋଗାଯୋଗ କରିବାରେ ବିଲ ଅନୁସାରେ କାର୍ଯ୍ୟ କରାଯାଇଥିବାର କହିଛନ୍ତି ।

Nalco
Leave A Reply