ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକର ଗଳଦାରୀ ଗ୍ରାମ ପଞ୍ଚାୟତର ଏରଡା ଗ୍ରାମର  ସୁଯୋଗ୍ୟ ସନ୍ତାନ ନିର୍ମଳ ଚନ୍ଦ୍ର ଦାସ ଭାରତୀୟ ପ୍ରାଦେଶିକ ସେନା ( territorial army ) ରେ ସେବାରତ ଯବାନ ଥିଲେ। ସେ ଏବେ କଲେଇ କୁଣ୍ଡା ଏୟାରବେସ୍ ପଶ୍ଚିମବଙ୍ଗରେ କାର୍ଯ୍ୟରତ ଥିଲେ। ଭାରତ ମାତାକୁ ସୁରକ୍ଷା ଦେଉଥିବା ଏହି ଜବାନ ତିନିମାସ ହେବ କର୍କଟ ରୋଗରେ ପୀଡ଼ିତ ହୋଇ କମାଣ୍ଡାଣ୍ଟ ହସ୍ପିଟାଲ ପଶ୍ଚିମବଙ୍ଗରେ ଚିକିତ୍ସାଧିନ ଅବସ୍ଥାରେ ଗତ ୭ ତାରିଖରେ ପରଲୋକ ଘଟିଛି। ତାଙ୍କର ମୃତ୍ଯୁ ଖବର ମିଳିବା ପରେ ତାଙ୍କ ନିଜ ଗାଁ ଏରେଡ଼ା ଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା।

ଆଜି ସକାଳୁ ତାଙ୍କର ମରଶରୀର ନିଜ ଜନ୍ମ ମାଟିରେ ଆସି  ପହଞ୍ଚିବା ପରେ ଗ୍ରାମବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏକ ଶୋଭାଯାତ୍ରାରେ ବାସଗୃହକୁ ନିଆଯାଇ ସେଠି ତାଙ୍କ ସହିତ ଆସିଥିବା ପ୍ରାଦେଶିକ ସେନା ପକ୍ଷରୁ ନାୟବ ସୁବେଦାର ନିହାର ରଞ୍ଜନ ରାଉତ, ନାୟକ ଶ୍ରୀଧର ରାଉତ, ସିପାହୀ ବିଶ୍ଵଜିତ କୁମାର, ସିପାହୀ ଡିକ୍ରାନ୍ତ ରାମ, ଏସିପି ଏସ୍ କେ ନାୟକ (ଏୟାର ଫୋର୍ସ) ତାଙ୍କ ମରଶରୀରରେ ପୁଷଗୁଛ ପ୍ରଦାନ କରିବା ପରେ ପରିବାର ଓ ଆତ୍ମୀୟସ୍ବଜନ ଶେଷ ଦର୍ଶନ କରିଥିଲେ। ତାପରେ ତାଙ୍କ ମରଶରୀରକୁ ଗାଁ ଶ୍ମସାନ ଅଭିମୁଖେ ନିଆଯାଇଥିଲା।

ନିର୍ମଳ ଦାସ ଅମର ରହେ ନାରାରେ ପୁରା ଏରେଡ଼ା ଗାଁ କମ୍ପି ଉଠୁଥିଲା। ଛୋଟ ବଡ଼ ସମସ୍ତଙ୍କ ମୁଖରେ ଗୋଟିଏ ସ୍ଵର ନିର୍ମଳ ଦାସ ଅମର ରହେ ଦେଖିବାକୁ ମିଳିଥିଲା। ନିର୍ମଳଙ୍କ ଧର୍ମ ପତ୍ନୀଙ୍କ ସମେତ ଗୋଟିଏ ଝିଅ ଶୁଭ୍ରଜୋତି ଦାସ (୧୬) ବର୍ଷ, ଦୁଇଟି ପୁଅ ସୁଭ୍ରାଂଶୁ ଦାସ (୧୩)ବର୍ଷ ଓ ପ୍ରିୟାସୁଂ ଦାସ (୧୦) ବର୍ଷ ଅଛନ୍ତି। ପୁଅ ଶୁଭ୍ରାଂଶ ମୁଖାଗ୍ନି ଦେବା ସହ ରାଷ୍ଟୀୟ ମର୍ଯ୍ୟାଦା ସହ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here