ଡେରାବିଶ : ଡେରାବିଶ ବ୍ଳକର ଛତା ଠାରେ ପଲିଟେକ୍ନିକ୍ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଖୋଲାଯାଇଥିବା ଜିଲ୍ଲାସ୍ତରୀୟ କୋଭିଡ଼୍ ହସପିଟାଲ୍ରୁ ଆଜି ଏକ ବିଷଧର ନାଗସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲପ୍ଲାଇନ୍ର ସଦସ୍ୟ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି । ସୂଚନାରୁ ପ୍ରକାଶ ଆଜି କୋଭିଡ଼୍ ହସପିଟାଲ୍ ବାହାରେ ଥିବା ସାଇକେଲ୍ ଷ୍ଟାଣ୍ଡରେ ଏକ ବିଷଧର ସାପ ବୁଲୁଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ ।

ସେମାନେ ସଙ୍ଗେ ସଙ୍ଗେ ହସପିଟାଲ୍ କତୃପକ୍ଷଙ୍କୁ ଜଣାଇଥିଲେ । ହସପିଟାଲ୍ କତୃପକ୍ଷ କେନ୍ଦ୍ରାପଡ଼ା ସ୍ଥିତ ବଳଦେବଜୀଉଙ୍କ ମନ୍ଦିର ନିକଟରେ ହେଲ୍ପ ଲାଇନ୍ ସଭ୍ୟ ଆଶୁତୋଷ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ । ପରେ ଶ୍ରୀ ମହାନ୍ତି କୋଭିଡ଼୍ ହସପିଟାଲ୍ ପରିସରରେ ପହଂଚି ସାପଟିକୁ କାବୁ କରିଥିଲେ । ଏହି ୪ଫୁଟ ଲମ୍ବର ବିଷଧର ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି । ଏବେ ଅସ୍ଥାୟୀ କୋଭିଡ଼୍ ହସପିଟାଲ୍ ଚାଲିଥିବାରୁ ପଲିଟେକନିକ୍ ବିଦ୍ୟାଳୟ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here