ବୋରିଗୁମ୍ମା (କେ.ସାକିଲି ଦୋରା) : ସ୍ଵଛ ଭାରତ ଅଭିଯାନ ରେ ନିଜ ଘରେ ପାଇଖାନା ନିର୍ମାଣ ସକାଶେ ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କ ଦ୍ୱାରସ୍ଥ ହୋଇଛନ୍ତି କଣାଗାଁ ଗ୍ରାମବାସୀ।ସ୍ୱାଧିନତା ର ୭୪ ବର୍ଷ ପରେ ମଧ୍ୟ କଣାଗାଁ ର ଲୋକଙ୍କ ଘରେ ପାଇଖାନା ଟିଏ ନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ବାହାରେ ଶୌଚ କରୁଛନ୍ତି। କେନ୍ଦ୍ର ସରକାର ସ୍ଵଛ ଭାରତ ଅଭିଯାନ ରେ ପ୍ରତି ପାଇଖାନା ପାଇଁ ୧୨ହଜାର ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ସ୍ଵଛ ଭାରତ ଅଭିଯାନ ରେ କଣାଗାଁ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।
ବହୁ ଲୋକଙ୍କ ପାଇଖାନା ନ ଥିବା ବେଳେ କାଗଜପତ୍ର ରେ ସେମାନଙ୍କ ଘରେ ପାଇଖାନା ଅଛି ବୋଲି ଦର୍ଶାଯାଇଛି। ଯାହାର ଫଳ ସ୍ୱରୂପ ଗ୍ରାମବାସୀ ମାନେ ବିଭାଗୀୟ ଯନ୍ତ୍ରୀ ଉପରେ ଖୁବ ବର୍ଷିଥିଲେ। ବିନା ପାଇଖାନା ନିର୍ମାଣ ରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା।
ଆଜି କଣଗାଁ ର ଗ୍ରାମବାସୀ ରିତେଶ ବିଶୋଇ, ଅଭିମନ୍ୟୁ ବିଶୋଇ, ଗୌରୀ ଶଙ୍କର ବିଶୋର, ପଦ୍ମନାଭ ବିଶୋଇ, ଦେବେନ୍ଦ୍ର ବିଶୋଇ ପ୍ରମୁଖ ବିଡିଓ ଙ୍କୁ ସାକ୍ଷାତ କରି ପ୍ରତେକ ଘରେ ପାଇଖାନା ନିର୍ମାଣ କରିବା ପାଇଁ ମୌଖିକ ଭାବେ ଜଣାଇଥିଲେ।ସେହିଭଳି ସବିତା ବିଶୋଇ ନାମ୍ନୀ ମହିଳା ଗତ ଦୁଇ ବର୍ଷ ତଳେ କଣାଗାଁ ପଞ୍ଚାୟତ ର ଚନ୍ଦ୍ରନାୟକଗୁଡା ରେ ୧୬ ଗୋଟି ପାଇଖାନା ନିର୍ମାଣ କରିଥିଲେ। ସେ ଏପର୍ଯ୍ୟନ୍ତ ଟଙ୍କା ଟିଏ ପାଇନାହାନ୍ତି।
ଏହାର ତଦନ୍ତ କରାଯାଇ ତିନି ରୁ ଚାରି ଦିନ ମଧ୍ୟରେ ସବିତା ବିଶୋଇ ଙ୍କୁ ପାଇଖାନା ଟଙ୍କା ପ୍ରଦାନ କରାଯିବ ବୋଲି ଲିଖିତ ଭାବେ ଜଣାଇଥିଲେ।କେବଳ କଣାଗାଁ ଗୋଟିଏ ପଞ୍ଚାୟତ ନୁହେଁ ବରଂ ବ୍ଲକର ଅନ୍ୟାନ୍ୟ ପଞ୍ଚାୟତ ରେ ସ୍ଵଛ ଭାରତ ଅଭିଯାନ ରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି। ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି।
