Odisha news

ଭଦ୍ରକ ଜିଲ୍ଲାରେ ପହଞ୍ଚିଲା ୫୫ଶହ କୋଭିଡ୍ ଟୀକା

0

ଭଦ୍ରକ,୧୩ା୧ : କୋଭିଡ଼୍ ଟୀକା କୋଭାକ୍ସିନ ଆଜି ଭଦ୍ରକ ଜିଲ୍ଳାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୫ହଜାର ୫ଶହ ଟୀକା ଆସିଛି । ଏହି ଟୀକାକୁ ଆଜି କୁଆଁସ ଗ୍ରାମ ସ୍ଥିତ ଟୀକାକରଣ କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ରଖା ଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଉପସ୍ଥିତିରେ ଏହି ଟୀକାକୁ ସଂରକ୍ଷିତ କରାଯାଇଛି । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣାଙ୍କ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ ଏବଂ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ଆସନ୍ତା ୧୬ ତାରିଖରୁ ପ୍ରଥମ ଟୀକାକରଣ କାର୍ଯ୍ୟ ଆରମ୍ଭ ହେବ । ୩ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯିବା ସହିତ ଅନ୍ୟ କରୋନା ଯୋଦ୍ଧାଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯିବ ।

Nalco
Leave A Reply