Odisha news

*ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ*

0
ଭୁବନେଶ୍ୱର ତା ୧୩.୧-  କଟକ ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ରାଓ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୬୨ବର୍ଷ ବୟସରେ ତାଙ୍କର ମୃତ୍ୟୁରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ  ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସ୍ୱର୍ଗତ ରାଓ କଟକର ବକ୍ସିବଜାରରେ ଚା ଦୋକାନ କରି ବସ୍ତି ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଏବଂ ନିଜ ଉଦ୍ୟମରେ ଗରିବ ଓ ଅବହେଳିତ ପିଲାମାନଙ୍କ ପାଇଁ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା  ଖର୍ଚ୍ଚକରି ପିଲାଙ୍କ ଲାଳନ ପାଳନ କରୁଥିଲେ । ଏହି ଉତ୍ସର୍ଗୀକୃତ ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଯାହାକି ସବୁଦିନ ପାଇଁ ସ୍ମରଣିୟ ହୋଇ ରହିବେ । ସ୍ୱର୍ଗତ ରାଓଙ୍କ ପରି ନିସ୍ୱାର୍ଥପର ସମାଜସେବୀ ମିଳିବା ବିରଳ । ସେ ଜଣେ ସରଳ, ନିଷ୍କପଟ ଓ ପରୋପକାରୀ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଉତ୍ସଗୀକୃତ  ସେବାପାଇଁ ସ୍ୱର୍ଗତଃ ରାଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପ୍ରକାଶ ରାଓଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।
Nalco
Leave A Reply