ବାଲେଶ୍ୱର ; ହେତୁବାଦୀ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ସହୀଦ୍ ଦିବସରେ ଆଜି ଦେଶବ୍ୟାପୀ ଜନଜାଗରଣ ଦିବସ ପାଳନ କରାଯାଇଛି । ଆଜି ଆମେ ଭାରତୀୟ ବାଲେଶ୍ୱର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପଥବିକ୍ରେତା ମାନେ ଉପସ୍ଥିତ ରହି ଏହି ଦିବସ ପାଳନ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଭାରତର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର- ଅଭିବ୍ୟକ୍ତିର ଅଧିକାର ସୁରକ୍ଷିତ ରଖିବ. କରୋନା ଆଳରେ ଏକଛତ୍ରବାଦୀ ସଟଡାଉନ୍ ଓ ଲକ୍ଡାଉନ୍ କରାଇ ଦେଶର ସାମାଜିକ ଓ ଅର୍ଥନୈତିକ ସର୍ବନାଶ ଭଳି ଘଟଣା ଘଟାଇବା, ପୋଲିସ ରାଜ ଚଳାଇ ସଟ୍ଡାଉନ୍ ନାମରେ ଲୋକଙ୍କୁ ଗୃହବନ୍ଦୀ କରି ରଖିବା , ଘରୁ ବାହାରିଲେ ଜରିମାନା ଆଦାୟ କରିବା, ମୁୁହଁରେ ତୁଣ୍ଡି ନବାନ୍ଧିଲେ ଜରିମାନା ଆଦି ଘଟଣାକୁ ନେଇ ସମସ୍ତେ ଐକବଦ୍ଧ ମୁକାବିଲା ପାଇଁ ଆହ୍ୱାନ ଦେଇଥିଲେ ।
ଲକ୍ଡାଉନ୍ ବେଳେ ଶ୍ରମ ଆଇନ୍ ସଂଶୋଧନ ନାମରେ ଶ୍ରମିକ ଶୋଷଣ ଆଇନ୍ ପ୍ରଣୟନ, ଜାତୀୟ ଶିକ୍ଷାନୀତି ନାମରେ ଶିକ୍ଷାର ଘରୋଇକରଣ ଓ ଶିକ୍ଷାକୁ ବ୍ୟବସାୟୀ କରଣ କରାଇ ସଂକୋଚନ କରିବା, ପ୍ରଶାନ୍ତଭୂଷଣଙ୍କ ଭଳି ଜଣେ ବରିଷ୍ଠ ଆଇନ୍ଜୀବୀଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଦଣ୍ଡଦେବା ଇତ୍ୟାଦି ଘଟଣା ଗଣତନ୍ତ୍ର ଉପରେ କୁଠାରଘାତ ସଦୃଶ ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେ ଭାରତୀୟ ପକ୍ଷରୁ ଆଇନ୍ଜିବୀ ମନୋଜ କୁମାର ନାୟକ, ଏଆଇଟିୟୁସିର ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ,ଅବଦୁଲ୍ ରଫିକ୍, ଟିପିରି ସିଂ, ରାମଚନ୍ଦ୍ର ପରିଡ଼ା, ମୋହିନୀ ମୋହନ ପରିଡ଼ା, ନିର୍ମଳ ନାୟକ, ଅଭିଜିତ୍ ପଣ୍ଡା, ମନୋରଂଜନ ଆଶ୍,ଗୋପାଳ ଶତ୍ପଥି ପ୍ରମୁଖ ସାମିଲ ଥିଲେ
