କଟକ-ଚୌଦ୍ୱାର : ଟାଙ୍ଗୀ ଥାନା ଅଞ୍ଚଳରେ ଠାବ ହୋଇଥିବା ନକଲି ଜର୍ଦ୍ଦା କାରଖାନା ଘଟଣାରେ ପୁଲିସ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ରାଜ୍ୟ ମଖରାନା ଥାନା କାଲୁଆବାଡା ଗ୍ରାମର ଧାରୁ ରାମ (୨୯), ସୋନୁ ପରିହାର (୨୨), ପପୁ ରାମ (୩୦), ରଘୁବର ସିଂ (୩୫)। ଉତ୍ତରପ୍ରଦେଶ ମାଣ୍ଡୋଗଡ଼ ଥାନାର ଗୁନମ ରାମ (୨୪)
ଓ ସ୍ଥାନୀୟ ବ୍ରାହ୍ମଣପଡା ଗ୍ରାମର ଗଙ୍ଗାଧର ସାହୁ (୪୨) ଗରିଫ ନଅ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି କାରବାରର ମୂଖ୍ୟ କାର୍ପେଟଦାର କଟକ ସହରର ଯୁବକ ଫେରାର ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ନପଙ୍ଗ ପଞ୍ଚାୟତ ବ୍ରାହ୍ମଣପଡାରେ ଥିବା ନନ୍ଦିକ ରାଇସ ମିଲ ମଧ୍ୟରେ ଏହି ନକଲି ଜର୍ଦ୍ଦା କାରକାନା ଚାଲୁଥିବା ସୂଚନା ପାଇ ଟାଙ୍ଗୀ ଥାନା ଆଇଆଇସି ପଦାରବିନ୍ଦ ତ୍ରିପାଠୀ
ସେଠାରେ ଚଢାଉ କରିଥିଲେ। ଚଢାଉବେଳେ ୫୦ବସ୍ତା ଡିଲକ୍ସ ମିକ୍ସ ନକଲି ଜର୍ଦ୍ଦା, କୋଡିଏ ବସ୍ତା ଧନିଆ, ଗୁଆ ଆଦି ମିଶ୍ରଣ, ଚାରିଟି ପ୍ୟାକିଂ ମେସିନ, ଗୋଟିଏ ଓଜନ ଓ ଗୋଟିଏ ଷ୍ଟିଚିଂ ମେସିନ ଜବତ କରିଛି। ଟାଙ୍ଗୀ ଥାନା ଅଞ୍ଚଳରେ ଆହୁରୀ ଦୁଇଟି ଜାଗାରେ ଏହିପରି ନକଲି ଜର୍ଦ୍ଦା କାରଖାନା ଚାଲୁଛି। ଏଥିରେ ବହୁ ପ୍ରଭାବଶାଳୀ ଲୋକ ଏଥିରେ ସାମିଲ ଥିବା ଜଣାପଡୁଛି।
Prev Post
Next Post