ଖୋର୍ଦ୍ଧା : ମହାମାରୀ କରୋନା ଭୂତାଣୁର ସଂକ୍ରମଣ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟରର୍ସ ହୋପ ଫାଉଣ୍ଡେସନ ତରଫରୁ ପ୍ରତିଷ୍ଠାତା ରୀନା ରାଣୀ ନାୟକ ଏବଂ ସଭାପତି ଅଞ୍ଜଳି ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତା.୧୯.୦୫.୨୦୨୦ରିଖ ଠାରୁ ଖୋର୍ଦ୍ଧା ସହରରେ ଅବସ୍ଥିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ସେସୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଏବଂ ଜଗନ୍ନାଥ ପ୍ରସାଦ ବସ୍ତି ପ୍ରଭୃତି ଅଞ୍ଚଳ ଗୁଡ଼ିକୁ ସାନିଟାଇଜେନସ୍ କରାଯାଇଥିଲା ।
ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିସôାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା ଆଦର୍ଶ ଥାନାକୁ ମଧ୍ୟ ସାନିଟାଇଜେନସ କରାଯାଇଥିଲା । ଏହି ସାନିଟାଇଜେନସ୍ କାର୍ଯ୍ୟକ୍ରମରେ ସନ୍ତୋଷ ନାୟକ, ବିଷ୍ଣୁପି୍ରୟା ସାହୁ, ବିଜୟାନନ୍ଦ ବାରିକ, ଗୁନ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଥିଲା ।