Odisha news

ସଙ୍ଗରୋଧ କେନ୍ଦ୍ରରେ ଯୋଗ

0

କୋରେଇ :  କୋରେଇ ବ୍ଳକରେ ରବିବାର ସୁଧା ପ୍ରାୟ ୬୦୦ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ପହଁଚି ଥିବା ଜଣା ପଡ଼ିଛି । ସମସ୍ତ ପ୍ରବାସୀଙ୍କୁ ବ୍ଲକର ବିଭିନ୍ନ ପଂଚାୟତରେ କରାଯାଇଥିବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ଶୃଙ୍ଖଳା, ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ପ୍ରଶାସନ ପ୍ରତ୍ୟେକ ପଂଚାୟତର ସରପଂଚ ମାନଙ୍କୁ ଦାଇତ୍ୱ ଦେଇଥିବା ବେଳେ ସେଗୁଡ଼ିକୁ ତଦାରଖ କରିବା ପାଇଁ ଜଣେଜଣେ ନୋଡ଼ାଲ ଅଫିସରଙ୍କୁ ନିର୍ଯୁକ୍ତ କରାଯାଇଛି । ପ୍ରବାସୀ ମାନେ ଉଭୟ ରେଳ ଓ ବସ ଯୋଗେ ଆସି ନିଜନିଜ ଅଂଚଳରେ ପହଁଚିଛନ୍ତି । ସେମାନଙ୍କ ମନବଳକୁ ଶୁଦୃଢ କରିବା ପାଇଁ ସରକାରଙ୍କ ନିୟମ ଅନୁଯାଇ ଯୋଗ, ପ୍ରଣାୟମ ଓ ଭଜନ ଆଦିର ବ୍ୟବସ୍ଥା ହୋଇଛି ।

ବରୁଣ୍ଡେଇ ପଂଚାୟତର ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୭ ଜଣ ପ୍ରବାସୀ ସଙ୍ଗରୋଧରେ ରହିଥିବା ଜଣା ପଡ଼ିଛି । ସେଥି ମଧ୍ୟରୁ ଗୁଜୁରାଟ ଫେରନ୍ତା – ୨, କଲିକତା ଫେରନ୍ତା – ୧, ଝାଡ଼ଖଣ୍ଡ ଫେରନ୍ତା – ୧, ତାମିଲନାଡ଼ୁ ଫେରନ୍ତା – ୧, ହାଇଦ୍ରାବାଦ ଫେରନ୍ତା – ୮, ଆନ୍ଦ୍ର ଫେରନ୍ତା – ୨, ବମ୍ବେ ଫେରନ୍ତା – ୧, ବାଙ୍ଗଲୋର ଫେରନ୍ତା – ୧ ଆସି ରହିଥିଲେ । ସରପଂଚ ସୌଭାଗ୍ୟ କୁମାର ମହାନ୍ତି ସେମାନଙ୍କ ସମସ୍ତ ପ୍ରକାର ସୁବନ୍ଦବସ୍ତ କରିଛନ୍ତି । ଏବଂ ରବିବାର ସକାଳେ ନିଜେ ସରପଂଚ ଶ୍ରୀ ମହାନ୍ତି ପ୍ରବାସୀ ମାନଙ୍କୁ ଯୋଗଶିକ୍ଷା ଦେଇଥିଲେ । ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ଖାଦ୍ୟ, ପାନୀୟ ଆଦି ଠିକ୍ଠାକ ପ୍ରଦାନ କରାଯାଉଥିବା ସହ ସ୍ୱଚ୍ଛତା, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରଖିବା ଉପରେ ସଚେତନତା କରାଯାଉଥିବା ସରପଂଚ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ରଙ୍ଗାଧର କାଣ୍ଡି, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶାକର୍ମୀ ପ୍ରମୁଖ ଦୈନଦିନ ସଙ୍ଗରୋଧ କେନ୍ଦ୍ରର ତଦାରଖ କରୁଛନ୍ତି । ଏବଂ କିଛି ସ୍ୱେଚ୍ଛାସେବୀ ସହଯୋଗ କରୁଛନ୍ତି ।

Leave A Reply