Odisha news

ବୋରିଗୁମ୍ମା : ଯୋଗ ଦିବସରେ ଘରେ ରହି ଯୋଗ କଲେ।

0
ବୋରିଗୁମ୍ମା (କେ.ସାକିଲି ଦୋରା)— ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଛଅ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ କୁ ଅନ୍ତର୍ଜାତୀୟ ସ୍ତରରେ ପାଳନ କରିବା ପାଇଁ ପ୍ରୟାସ କରିଥିଲେ। ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷ ମହାମାରୀ କରୋନା ପାଇଁ ଯୋଗ ଦିବସ କୁ ସାମୁହିକ ଭାବେ କରା ନ ଯାଇ ନିଜ ଘରେ ଯୋଗ କରିବାକୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏଣୁ ଆଜିର ଭଳି ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ଘରେ ରହି ଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଛାତ୍ର ଛାତ୍ରୀ ମାନଙ୍କୁ ଘରେ ରହି ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ ଙ୍କ ପରାମର୍ଶ ରେ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ଛାତ୍ର ଛାତ୍ରୀ ନିଜ ଘରେ ରହି ଯୋଗ କରିଛନ୍ତି।
ସକାଳୁ ଛାତ୍ର ସାଇ ଜଗନ ,ଛାତ୍ରୀ ସୌମ୍ୟ ସୁମନ ପଡ଼ାଲ, ରାସେଶ୍ୱରୀ ଦଣ୍ଡସେନା,ତନୁଶ୍ରୀ ରଥ, ମଧୁସ୍ମିତା, ସୌଜନ୍ୟା, ସଂସ୍କୃତି ବେହେରା, ଅଂଶୀତା ଓ ମଞ୍ଜୁମାଳା ପ୍ରମୁଖ ଘରେ ରହି ଯୋଗ କରିଥିଲେ।ଶ୍ରେଷ୍ଠ ଯୋଗ କରିଥିବା ଦଶ ଜଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିଭଳି ଶିକ୍ଷୟିତ୍ରୀ ଏଲିନା ମିଶ୍ର ଓ ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟନାୟକ ନିଜ ଘରେ ରହି ଯୋଗ କରିଥିଲେ। ବୋରିଗୁମ୍ମା ର ଯୋଗ ଗୁରୁ ଭାବେ ପରିଚିତ ଶିକ୍ଷକ ପଵିତ୍ର ମୋହନ ଦାସ ନିଜ ପରିବାର ସହ ଘରେ ଯୋଗ କରିଛନ୍ତି। ଯୋଗ ଗୁରୁ ଙ୍କ ସହ ତାଙ୍କ ପତ୍ନୀ ସୁବାସିନୀ ମହାପାତ୍ର, ବୃନ୍ଦାବନ ଦାସ, ମନୋରଞ୍ଜନ ଦାସ, ଆଶୁତୋଷ ଦାସ, ବିରଞ୍ଚି କୁମାର ଦାସ ,ଶ୍ରଦ୍ଧାଞ୍ଜଳି ଦାସ, ମୃତୁଞ୍ଜୟ ପଣ୍ଡା, କବିବର ନାୟକ, ମାଧବ ଯାନୀ ପ୍ରମୁଖ ଘରେ ରହି ଯୋଗ କରିଥିଲେ।

Leave A Reply