Odisha news

ବିଶ୍ୱ ଦରବାରରେ ଯୋଗର ମହତ୍ୱ

ତୁମେ ଯଦି ଯୋଗୀ ହେବାକୁ ଚାହଁ, ତାହାହେଲେ ତୁମକୁ କୌଣସି ଆଦର୍ଶ, ସଦ୍ଗୁରୁ ବା ପ୍ରିୟପରମଙ୍କ ସହିତ ଭଲପାଇବା ବା ଆସକ୍ତି ମାଧ୍ୟମରେ ଏପରି ଭାବରେ ଯୁକ୍ତ ହେବାକୁ ହେବ ଯାହାଫଳରେ ତୁମେ ସର୍ବଦା ଓ ସର୍ବତୋଭାବେ ଏକ ଗଭୀର ତୃପ୍ତି ନେଇ ଚାଲିପାରିବ ବା ରହିପାରିବ – ତୁମର ଇଷ୍ଟ-ଗୁରୁ ଅକ୍ଷୁର୍ଣ୍ଣ ବା ଅତୁଟ ଥିଲେ ଦୁନିଆରେ ଆଉ ତୁମର କୌଣସି ପ୍ରୟୋଜନ ନାହିଁ, ଠିକ୍ ଏହିପରି ଭାବରେ ଚାଲିବାକୁ ହେବ ।

ଆଉ ଏହା ସହିତ ଗୁରୁଙ୍କର ଇଛା ଓ ଚାହିଦାର ପରିପୂରଣ କରି ତାଙ୍କୁ ତୁଷ୍ଟ ଓ ପୁଷ୍ଟ କରିବାର ସନ୍ଦୀପ୍ତମୟୀ ଚାହିଦା ଦାଉ ଦାଉ କରି ଜଳିଉଠିବ ତୁମ ଅନ୍ତରରେ, ଯାହାଫଳରେ କର୍ମରେ ତାର ବାସ୍ତବ ରୂପରେଖ ନଦେଇ ତୁମେ ଟିକିଏ ମାତ୍ର ଶାନ୍ତିରେ ରହିପାରିବନାହିଁ । ଆଉ ଏହିଠାରୁ ହିଁ କର୍ମର କଳକୌଶଳ, ପାରିପାଶ୍ୱିର୍କ ନିୟନ୍ତ୍ରଣ ଓ ପରିପୂରଣ ତୁମର ଚିନ୍ତା ଓ ଚରିତ୍ରରେ ଫୁଟି ଉଠି ତୁମକୁ ତଦନୁପାତିକ ଉଦ୍ଭାସିତ କରି ଉଠାଇବ ।

ଏଥିପାଇଁ କୁହାଯାଇଛି ଯୋଗଃ କର୍ମସୁ କୌଶଳଂ । ପୁନର୍ବାର ଜଗତ୍ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପ୍ରକାଶ କଲେ – ଯୋଗଯୁକ୍ତ ନଥିଲେ କର୍ମର କୌଶଳ ଜାଣି ହୁଏନାହିଁ । କୌଣସି କିଛି ସୁଷ୍ଠୁ ଭାବରେ କରିବାକୁ ଗଲେ ମନରେ ଯେଉଁ ଏକାଗ୍ରତା ଓ ସୌନ୍ଦର୍ଯ୍ୟ ଦରକାର ତାହା ପାଇଁ ଆବଶ୍ୟକ ପ୍ରେଷ୍ଠନିଶା । ତେଣୁ ନିଷ୍ଠାବାନ ହୋଇ କର୍ମ କୌଶଳ ଆୟତ୍ତ କରିବା ଦରକାର । ଚିର ଅଭ୍ରାନ୍ତ ପୁରୁଷ ଯିଏ ତାଙ୍କ ସହିତ ଅଚୁ୍ୟତ ଭଲ ପାଇବା ସହିତ ଯୋଗ ଯୁକ୍ତ ହୋଇ ରହିଲେ ମନୁଷ୍ୟର ବୁଦ୍ଧି, ବିବେଚନା, ଚଳନ, କଥାବାର୍ତ୍ତା, ଆଚାର-ବ୍ୟବହାର, କର୍ମ ପଦ୍ଧତି ସବୁ ଆପେ ଆପେ ଠିକ୍ ହୋଇଆସେ । ଭକ୍ତିଯୋଗ, କର୍ମଯୋଗ ଓ ଜ୍ଞାନଯୋଗ ଇତ୍ୟାଦି ସବୁ ଭିତରେ ମୂଳ ଜିନିଷ ହେଉଛି ଭକ୍ତି ବା ଅନୁରାଗ । ଯାହାଙ୍କୁ ଭଲ ପାଉ ତାଙ୍କୁ ତୁଷ୍ଟ କରିବାର ପ୍ରବୃତ୍ତି ହୁଏ । ଏହିଠାରୁ ହିଁ ଆସେ କର୍ମ ଓ କର୍ମରୁ ଆସେ ଜ୍ଞାନ ।

ତେଣୁ ଏସବୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭକ୍ତି ଓ ଅନୁରାଗ ହେଉଛି ଜୀବନର ଅସଲ ସମ୍ପଦ । ଆକାଶର କାଳ୍ପନିକ ଭଗବାନଙ୍କ ଠାରେ ଅନୁରାଗ ହେଲେ ଚଳିବ ନାହିଁ, ଆବଶ୍ୟକ ସଦ୍ଗୁରୁ, ତାଙ୍କ ଠାରେ ଯୋଗଯୁକ୍ତ ହେଲେ ମନୁଷ୍ୟ ଭିତରେ ନିୟନ୍ତ୍ରଣ, ସାମଞ୍ଜସ୍ୟ, ସମାଧାନ, ଜ୍ଞାନ ଓ ପ୍ରଜ୍ଞାର ଉଦୟ ହୁଏ । ଭକ୍ତକବି ମଧୁସୂଦନ ରାଓଙ୍କ ଲିଖିତ – ନିଃଶବେ୍ଦ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତୁ୍ୟସିନ୍ଧୁ କରାଳ ଲହରୀ । ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଦୃଢ଼ କଣ୍ଠରେ ଉଦ୍ଘୋଷଣା କଲେ – ମରନା, ମାରନା, ଯଦିପାର ମୃତୁ୍ୟକୁ ଅବଲୁପ୍ତ କର । ଏହି ପ୍ରସଙ୍ଗରେ ଭକ୍ତଜନଙ୍କ ଆକୁଳ ପ୍ରାର୍ଥନାରେ ଭକ୍ତ ବତ୍ସଳ ଶ୍ରୀ ଶ୍ରୀ ଠାକୁର ବୁଝାଇ କହିଲେ – ମୃତୁ୍ୟ ସମୟରେ ସମଗ୍ର ଜୀବନର କାର୍ଯ୍ୟକଳାପ ଚଳଚ୍ଚିତ୍ର ପରି ଭାସିଉଠେÿ ଆମ ସମ୍ମୁଖରେ ଭଲମନ୍ଦ ସବୁକିଛି, ଯାହାକୁ କୁହାଯାଏ ଚିତ୍ରଗୁପ୍ତ ପାଞ୍ଜି । ଭଲକଥା ଦୃଶ୍ୟ ହେଲେ ମନ ଆନନ୍ଦିତ ହୁଏ ଏବଂ ମୁହଁରେ ସରସତାର ଚିହ୍ନ ଫୁଟି ଉଠେ । ଖରାପ କାମ କରୁଥିବା ଦେଖିଲେ ଭଲ ଲାଗେନାହିଁ ।

ତେଣୁ ସେହିପରି ବିକୃତ ଭାବର ଚିହ୍ନ ମୁହଁରେ ଫୁଟିଉଠେ । ଏଗୁଡ଼ିକ ଶେଷ ହୋଇଗଲା ପରେ ପ୍ରଚଣ୍ଡ ଶବ୍ଦ ଢ଼ଂ ଢ଼ଂ ଢ଼ଂ ହୋଇ ଶୁଣାଯାଏ, ଯାହାକୁ କୁହନ୍ତି ମୃତୁ୍ୟ ଘଣ୍ଟା । ତାପରେ ସବୁ ଅନ୍ଧକାର । ଅନ୍ଧକାର ଅଜଣା ମଧ୍ୟରେ ଭୟ ପାଇଯିବ ଆତ୍ମା । କୁଆଡ଼େ ଯିବ? ଯଦି ମଣିଷ ଜୀବନ କାଳ ମଧ୍ୟରେ ଇଷ୍ଟଯୁକ୍ତ ବା ଗୁରୁଯୁକ୍ତ ଓ ଯୋଗଯୁକ୍ତ ହୋଇଥିବ, ତାଙ୍କ ପଥରେ ନିଷ୍ଠା ଓ ବିଶ୍ୱାସର ସହିତ ଚାଲିଥିବ, ଧ୍ୟାନରେ ତାଙ୍କୁ ଦେଖିଥିବ, ତେବେ ସେହି ଭୟଙ୍କର ସମୟରେ ମଧ୍ୟ ସ୍ନିଗ୍ଧ ଆଲୋକ ଦୃଶ୍ୟ ହେବ ଏବଂ ତା ମଧ୍ୟରେ ଆର୍ବିଭୂତ ହେବେ ଇଷ୍ଟଗୁରୁ ପୁରୁଷୋତ୍ତମ । ସେ ଆତ୍ମାର ହାତଧରି ନେଇଯିବେ ଅଜଣା ପଥରେ, ତାପରେ ତାର କର୍ମ ଅନୁସାରେ ରହିବାର ସ୍ଥାନଦେବେ ଅର୍ଥାତ୍ ତାର ପୁର୍ନଜନ୍ମ ହେବ । ଏହା ହିଁ ମୃତୁ୍ୟସିନ୍ଧୁ ପାର ହେବାର ରହସ୍ୟ । ଆତ୍ମହ

Shares