Odisha news

ଗୋଳବାଇ ଜନସେବାକେନ୍ଦ୍ର ପକ୍ଷରୁ ଯୋଗ ଦିବସଉପଲକ୍ଷେ ସମ୍ବୋର୍ଦ୍ଧନା କାର୍ଯ୍ୟକ୍ରମ

0

ନିରାକାରପୁର: ୨୧/୬ :  ଗୋଳବାଇ ଜନସେବାକେନ୍ଦ୍ର ପକ୍ଷରୁ ୯ମ ଆନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ସ୍ଥାନୀୟ ଶ୍ରୀଜଳେଶ୍ୱରଦେବଙ୍କ ପୀଠରେ  ମହାସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ଗୋଳବାଇ ଜନସେବାକେନ୍ଦ୍ରର ପରିଚାଳକ ପଦ୍ମନାଭ ସାହୁ ପରିଚାଳନା କରିଥିଲେ |ଅତିଥି ଭାବେ ସାମ୍ବାଦିକ ଉମେଶ ଚନ୍ଦ୍ର ପଟ୍ଟନାୟକ,ସମ୍ନାନୀତ ଅତିଥିଭାବେ ଗୋଳବାଇ ପଞ୍ଚାୟତର ସମିତିସଭ୍ୟ  ଗୌତମ ପ୍ରଧାନ ଯୋଗଦେଇ ଯୋଗାର୍ଥୀ  ମାନଙ୍କୁ  ଯୋଗାସନ, ପ୍ରାଣାୟମ ଆଦି ଯୋଗ ଶିଖାଇବାସହ   ଯୋଗ ଦ୍ବାରା ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଭୌତିକ ବିକାଶ ହେବା ସଙ୍ଗେସଙ୍ଗେ ବିଶ୍ବକୁ ବସୁଧୈବ କୁଟୁମ୍ବକମ୍ ପରି ଏକତା ସୂତ୍ରରେ ବାନ୍ଧି ରଖିବାକୁ  ସୁପରାମର୍ଶ ଦେଇଥିଲେ ।ଏହି ଅବସରରେ  ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା |ଅନୁରୂପଭାବେ  ଉପସ୍ଥିତ କୁନି ଯୋଗାର୍ଥୀ ମାନଙ୍କୁ ମଧ୍ୟ ଜନସେବାକେନ୍ଦ୍ର  ପକ୍ଷରୁ  ସାର୍ଟିଫିକେଟମାନ ପ୍ରଦାନ କରାଯାଇଥିଲା |ଶେଷରେ  ନିରାକାରପୁର ଜନସେବାକେନ୍ଦ୍ରର ପରିଚାଳକ  ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply