Odisha news

ଜ୍ୟୋତିଷ ଶାସ୍ତ୍ରରେ ସବୁଠୁ ବିପଦ ପୂର୍ଣ ଯୋଗ ହେଲା ଦରିଦ୍ର ଯୋଗ, ଏହି ଯୋଗ ଦ୍ୱାରା ମଣିଷ କୁ ଭିକ ମୁଠାଏ ମଧ୍ୟ ମିଳେନାହିଁ

0

ଆମ ଜୀବନ ରେ ଅନେକ ଯୋଗ ଏଭଳି ରହିଥାଏ, ଯାହା ଆମକୁ ଶୁଭ ଫଳ ପ୍ରଦାନ କରିଥାଏ l ଯାହାଦ୍ୱାରା ଆମକୁ ଜୀବନ ରେ ଯଶ, ଐଶ୍ୱର୍ଯ୍ୟ, କୀର୍ତି ପ୍ରାପ୍ତି ହୋଇଥାଏ l କିନ୍ତୁ କିଛି ଗ୍ରହ ଏଭଳି ରହି ଥାଆନ୍ତି ଯିଏ କି ଆମକୁ ଦରିଦ୍ର କରି ଦେଇଥାଆନ୍ତି l  ଏହାର ଅର୍ଥ ମଣିଷ ସିଧା ରାଜାରୁ ଭିକାରି ହୋଇଯାଏ l  ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ, ହେଉ ଥିବା କାର୍ଯ୍ୟ ବିଗିଡି ଯାଇଥାଏ l  ଏଭଳି ଯୋଗ କୁ ଦରିଦ୍ର ଯୋଗ କୁହାଯାଏ l
– ଯେତେବେଳେ ଆପଣଙ୍କ ସମସ୍ୟା ବଢି ବଢି ଚାଲିଥାଏ, ଯେତେବେଳେ ଆପଣଙ୍କ ମାନସମ୍ମାନ, ଧନ ସବୁ ଖରାପ ହେବାରେ ଲାଗିଥାଏ ତେବେ ଜାଣି ନିଅନ୍ତୁ ଯେ ଆପଣ ଙ୍କୁ ଦରିଦ୍ର ଯୋଗ ଗ୍ରାସ କରିଛି l  ଏପରି ସ୍ଥିତି ରେ କୁହାଯାଏ ଯେ ଜାତକର କୁଣ୍ଡଳୀ ରେ ଏକାଦଶ ସ୍ଥାନରେ ସ୍ୱାମୀ ଷଷ୍ଠ , ଅଷ୍ଟମ କିମ୍ବା ଦ୍ୱାଦଶ ସ୍ଥାନରେ ରହିଲେ କୁଣ୍ଡଳୀ ରେ ଦରିଦ୍ର ଯୋଗ ଦେଖା ଯାଇଥାଏ l

– ଯେତେବେଳେ କୌଣସି ଶିଶୁ ଜନ୍ମ ନେଇଥାଏ , ସେତେବେଳେ ସେହି ପିଲାଟିର ଜାତକ ରେ ଅନେକ ଯୋଗ ରହିଥାଏ l  ସେହି ଯୋଗ ର ପ୍ରଭାବ ଶିଶୁ ଟିର ଜୀବନ ଉପରେ ପଡିଥାଏ l ଯେଉଁ ହିସାବରେ ତାକୁ ଫଳ ପ୍ରାପ୍ତି ହୋଇଥାଏ l  ଶୁଭ ଯୋଗ ରହିଲେ ଜୀବନ ରେ ଅନେକ ଉନ୍ନତି ଲାଭ ହୋଇଥାଏ, ଅଶୁଭ ଯୋଗ ରେ ଜୀବନ ରେ ଅସୁବିଧା ଦେଖାଯାଏ l

– ଯେତେବେଳେ ବୃଷପତି ଜାତକରେ ଷଷ୍ଠ ରୁ ଦ୍ୱାଦଶ ସ୍ଥାନରେ ରହି ଥାଆନ୍ତି ସେତେବେଳେ ଦରିଦ୍ର ଯୋଗ ପଡିଥାଏ l ଏହାଛଡା ଜାତକ ରେ ଦରିଦ୍ର ଯୋଗ ସେତେବେଳେ ଦେଖା ଦେଇଥାଏ ଯେତେବେଳେ ଶୁଭ ଗ୍ରହ ଉପରେ ଅଶୁଭ ଗ୍ରହ ର ପ୍ରଭାବ ଦେଖିବାକୁ ମିଳିଥାଏ l

କିଭଳି ରକ୍ଷା ପାଇବେ ଦରିଦ୍ର ଯୋଗ ରୁ –
– ଦରିଦ୍ର ଯୋଗ ରୁ ରକ୍ଷା ପାଇବା ପାଇଁ ସର୍ବଦା ପିତାମାତା ଙ୍କର ସମ୍ମାନ କରିବା ଉଚିତ l

– ଯେଉଁ ବ୍ୟକ୍ତି ମାନେ ଦରିଦ୍ର ଯୋଗ ର ସମୁଖୀନ ହେଉଛନ୍ତି ସେମାନେ ଗଜେନ୍ଦ୍ର ମୋକ୍ଷ ର ନିୟମିତ ପାଠ କରିବା ଆବଶ୍ୟକ l

– ଗୀତା ର ୧୧ ଅଧ୍ୟାୟ ପାଠ କରନ୍ତୁ l

– ଏହାଛଡା ୩ଟି ଧାତୁ ରେ ନିର୍ମିତ କଡା ପିନ୍ଧନ୍ତୁ l

Leave A Reply