Odisha news

ଦୀର୍ଘ ଦିନ ପରେ ଖୋଲିବ ବିଶ୍ୱପ୍ରସିଦ୍ଧ ସୁର୍ଯ୍ୟ ମନ୍ଦିର : କୋଣାର୍କ ରେ ଖୁସିର ବାତାବରଣ

0
କୋଣାର୍କ: କୋଭିଡି 19 ଯୋଗୁଁ କେନ୍ଦ୍ର ସରକାର ପ୍ରତ୍ୟେକ ଐତିହ୍ୟ ସ୍ଥାନ ଓ ମନ୍ଦିର କୁ ଦେଶ ବିଦେଶ ର ପର୍ଯ୍ୟଟକ ଙ୍କୁ ବାରଣ କରିବା ସହ ମନ୍ଦିର ଗୁଡ଼ିକୁ ବନ୍ଦ କରାଯାଇଥିଲା ।କରୋନା ଭାଇରସ ସଂକ୍ରମଣ ନ ହେବା ଲାଗି ଗତ ମାର୍ଚ୍ଚ ୧୫ ତାରିଖ ଠାରୁ ଏହି ବିଶ୍ୱପ୍ରସିଦ୍ଧ ସୁର୍ଯ୍ୟ ମନ୍ଦିର କୁ ତାଲା ପକାଇ ଥିଲା ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ।
ମନ୍ଦିର ତାଲା ଝୁଲିବା ପରେ ପୁଣିଥରେ ମନ୍ଦିର ଖୋଲାଯିବାର ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସଙ୍କେତ ମିଳିଛି ।ଯାହା ଫଳରେ କି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନ୍ ଲାଇନ୍ ଟିକେଟ ବିକ୍ରି ହେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇ ମନ୍ଦିର ପ୍ରବେଶ ଦ୍ଵାର ସମ୍ମୁଖରେ ୨ ମିଟର ଦୂରତା ରଖାଯାଇ ୫୦ ଗୋଟି ବୃତ୍ତାକାର କରା ଯାଇଛି ।
ମନ୍ଦିର ଭିତରକୁ ଦିନକୁ ପ୍ରାୟ ୧ ହଜାର ପର୍ଯ୍ୟଟକ ଛଡ଼ା ଜିବାର ବ୍ୟବସ୍ଥା କରା ଯିବା ସହ କ୍ରମା ଗତ ଭାବରେ ୫୦ ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ  ଛଡ଼ା ଯିବାର ବ୍ୟବସ୍ଥା କରାଯବ ବୋଲି ଜଣାପଡିଛି । ଜୁଲାଇ ୧ ରୁ ସୁର୍ଯ୍ୟ ମନ୍ଦିର ଖୋଲା ଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାବା ର ସୂଚନା ମିଳିଥିବା ବେଳେ ମନ୍ଦିର ଖୋଲା ଯିବା ଜଣା ପଡିବା ପରେ କୋଣାର୍କ ଅଞ୍ଚଳ ରେ ଖୁସିର ବାତାବରଣ ଖେଳିଯାଇଛି l
Leave A Reply

Your email address will not be published.