Odisha news

ଆସନ୍ତା ଜାନୁୟାରୀ ୩ ତାରିଖରୁ ମହାବାହୁଙ୍କର ମିଳିବ ଦର୍ଶନ : ଭକ୍ତଙ୍କ ମହଲରେ ଖୁସିର ଲହରୀ

0

ପୁରୀ:  ମହାମାରୀ କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ପଡିଥିଲା । ହେେ ଲ ଏହି ପାଚେରୀ ଆଉ କିଛି ଦିନ ପରେ ହଟିଯିବ । ଫଳରେ ଅଗଣିତ ଭକ୍ତ ତାଙ୍କର ପ୍ରିୟ କଳାଠାକୁରଙ୍କୁ ନୀଳକନ୍ଦରରେ ଦର୍ଶନ କରିବାର ସୁଯୋଗ ପାଇପାରିବେ । ତେବେ କେବେ ହେବ ୩ ତାରିଖ ମହାବାହୁଙ୍କ ଦର୍ଶନ ମିଳିବ ତାହାକୁଅପେକ୍ଷା । ଶନିବାର ଭକ୍ତନିବାସରେ ବସିଥିବା ଛତିଶାନିଯୋଗ ବୈଠକରେ ଡିସେମ୍ବର ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ତାରିଖ ଧାର୍ଯ୍ୟ ହୋଇପାରିନାହିଁ । ହେଲେ ଜାନୁୟାରୀ୩ ତାରିଖ ଠାରୁ ସମସ୍ତ ଭକ୍ତମାନେ ମହା ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ମୋହର ଲାଗିଛି । ଏହା ଜଣାପଡିଲା ପରେ କୋଟି କୋଟି ଭକ୍ତ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଠାକୁରଙ୍କୁ ଦର୍ଶନ ନ ପାଇଁ ବ୍ୟାକୁଳ ଅବସ୍ଥାରେ ରହିଥିଲେ ଭକ୍ତ । ତେବେ ଶେଷରେ ମହାପ୍ରଭୁ ଭକ୍ତଙ୍କ ଗୁହାରୀକୁ ଶୁଣିଛନ୍ତି ବୋଲି ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।

ପୁରୀବାସୀଙ୍କ ବଳିଦାନ ଅବଣ୍ନୀୟ -ଚଳିତବର୍ଷ ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର ଯେଉଁ ସବୁ କଟକଣା ପୁ ରୀବାସୀଙ୍କ ନିମନ୍ତେ ଲାଗୁ କରିଥିଲେ ତାହାକୁ ସଫଳ କରି ଦେଖାଇଛନ୍ତି ପୁରୀବାସୀ । ତେଣୁ ସେମାନଙ୍କ ବଳିଦାନ ଅବ ଣ୍ନନୀୟ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଚଳିତଥର କଟକଣା ମଧ୍ୟରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଓ ୨୫ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଦୁଲର୍ଭ ନାଗାର୍ଜୁନ ବେଶ ନ ଦେଖିବାକୁ ଆସି ପ୍ରଶାସନର କଟକଣାକୁ ଗ୍ରହଣ କରି ନିଜ ନିଜ ଘରେ ଚୁପ ବସିରହିଥିଲେ । ପ୍ରଶାସନର କାର୍ଯ୍ୟକୁ ସମର୍ଥନ କରିଥିଲେ । ତେଣୁ ଶ୍ରୀମନ୍ଦିରର ଦ୍ୱାର ଖୋଲିବାର ପ୍ରଥ ମ ସପ୍ତାହ ପୁରୀବାସୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶାସକ ଘୋଷଣା କରିଛନ୍ତି ।

ଉଲ୍ଲସିତ ବ୍ୟବସାୟୀ- ଦୀର୍ଘ ମାସ ଧରି ପର୍ଯ୍ୟଟନ ସହର ଠପ୍ ହୋଇଯାଇଥିଲା । ଏପରିକି ଭକ୍ତ ଓ ପର୍ଯ ୍ୟଟକଙ୍କ ଉପରେ ନିର୍ଭର କରି ଚଳୁଥିବା ହଜାରହଜାର ଉଠାବ୍ୟବସାୟୀମାନଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ଅନୁଷ୍ଠାନ ମାଲିକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।କାରଣ ସେମାନେ ଦୀର୍ଘ ମାସ ହେଲା କରୋନା କଟକଣା ଯୋଗୁଁ ସେମାନଙ୍କ ବ୍ୟବସାୟକୁ ହରାଇଛନ୍ତି ।ଫଳରେଯାହାରପ୍ରଭାବତାଙ୍କ ପରିବାରଉପରେପଡିଥିଲା । ତେବେ ଶ୍ରୀ ମନ୍ଦିର ଖୋଲିବା ପରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଶ୍ରୀକ୍ଷେତ୍ରକୁ । ଶ୍ରୀମନ୍ଦିର ଖୋଲିବା ନେଇ ସ୍ପଷ୍ଟ ସୁଚନା ଆସିଲା ପରେ ଏବେ ବ୍ୟବସାୟମାନେ ଉଲ୍ଲସିତ ହୋଇପଡିଛନ୍ତି ।

ନିରାଶ ହେବେ ବୟସ୍କ -ଦୀର୍ଘ ମାସ ପରେ ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ପାଇଁ ଖୁସି ଖବର ଆସିଥିବା ବେଳେ ହେଲେ ବୟସ୍କ ବ୍ୟକ୍ତି ନିରାଶ ହୋଇଛନ୍ତି । ବର୍ତ୍ତମାନ କୋଭିଡ ଜାରି ରହିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୟସ୍କ ଓ ଛୋଟ ପିଲାମାନଙ୍କ ଉପରେ କଟକଣା ଜାରି କରାଯାଇଛି । ସେମାନଙ୍କୁ ଶ୍ରୀମନ୍ଦିର ପରିସରକୁ ବାରଣ କରାଯାଇଛି ।୬୫ ବର୍ଷ ବୟସ୍କ ବ୍ୟକ୍ତି ଓ ୫ ବର୍ଷର ଶିଶୁମାନଙ୍କୁ ଶ୍ରୀମନ୍ଦିରକୁ ଯିବା ଉପରେ ଲାଗିଛି କଟକଣା ।

ନୂଆବର୍ଷରେ ଜଗାର ମିଳିବନି ଦର୍ଶନ -ପ୍ରତ୍ୟେକ ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବର୍ଷସାରା ଭଲରେ କଟିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ,ବିଧାୟକ ଓ ରାଜ୍ୟର ବରିଷ୍ଠ ଲୋକମାନେ ଧାଇଁ ଆସିଥାନ୍ତି ପୁରୀକୁ । ହେଲେ ଚଳିତବର୍ଷ କରୋନାକୁ ଦୁଷ୍ଟିରେ ଉକ୍ତ ଦିନ ଲକ୍ଷାଧିକ ଭକ୍ତଙ୍କସମାଗମକୁଦୁଷ୍ଟିରେ ରଖି ନୂଆବର୍ଷରେ ଦର୍ଶନ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୁଚନା ପ୍ରଦାନ କରିଛନ୍ତି ।

ବାହାର ଦୀପ ଓ ଫୁଲ ଶ୍ରୀମନ୍ଦିରକୁ ମନା -ଏଥର ଶ୍ରୀମନ୍ଦିର ପରିସରକୁ ବାହାରେ ବିକି୍ରୀ ହେଉଥିବା ଦୀପ ଓ ଫୁଲ ଶ୍ରୀମନ୍ଦି ରକୁ ଯିବ ନାହିଁ ବୋଲି ରୋକଠୋକ୍ ମନା କରିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଦୀପ ଓ ଫୁଲ ପାଇଁ ଶ୍ରୀମନ୍ଦିର ପରିସ ରରେ ବ୍ୟବସ୍ଥା କରାଯିବ । ମାତ୍ର ଏହାକୁ ନେଇ ଦୀପ ଓ ଫୁଲ ବ୍ୟବସାୟଙ୍କ ମୁଣ୍ଡରେ ଚଡକ ପଡିଛି । ତେବେ ଶ୍ରୀମନ୍ଦିର ଖୋଲିବା ପରେ ସିଂହଦ୍ୱାର ସମ୍ମୁଖରେ ଦୀପ ବିକି୍ର କରିବାକୁ ଅନୁମତି ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

Nalco
Leave A Reply