Odisha news

ବିଶ୍ୱ ପରିବେଶ ଦିବସ

0

ଶିବ ପ୍ରସାଦ ରାଉତ : ଜୁନ୍ ମାସ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଏ। ଜାତିସଂଘ ଦ୍ୱାରା ଓ ପ୍ରତ୍ୟେକ ଦେଶ ମଧ୍ୟରେ ବର୍ଷକ ମଧ୍ୟରେ ଅନେକ ଦିବସ ପାଳନ କରାଯାଇଥାଏ। ମାତ୍ର ଜୁନ୍ ୫ ବିଶ୍ଵ ପରିବେଶ ଦିବସ ର ଗୁରୁତ୍ବ ଅତ୍ୟନ୍ତ ମହାନ। ଏହା ସର୍ବ ଉର୍ଦ୍ଧ୍ଵରେ । ଏହାକୁ World Envirnoment Day – WED ବୋଲି ସମ୍ମାନର ସହ ଗ୍ରହଣ କରାଯାଏ। ୧୯୭୨ ମସିହାରେ ଏହି WED ଦିବସ ଜାତିସଂଘରେ ଧାର୍ଯ୍ୟ କରାଯାଇ ଗୁରୁତ୍ଵ ଦେଇ ଏହାକୁ ପାଳନ କରାଯିବାର ପଟ୍ଟଃଭୂମିପାଳନ କରାଯାଇଛି। ଆମର ଏହି ପୃଥିବୀକୁ ନୀଳଗ୍ରହ, ଜଳଗ୍ରହ ବା ଏକ ମାତ୍ର ଜୀବଜଗତ ଥିବା ଗ୍ରହ ରୂପେ ଧାର୍ଯ୍ୟ କରାଯାଇଛି।

ଏଣୁ ଏବେ ସୁଦ୍ଧା ସମଗ୍ର ବିଶ୍ଵରେ ଅତି ସୁନ୍ଦର ଅତି ବିଚିତ୍ର ସ୍ବର୍ଗସୁଖଦାୟକ ଏହି ଗୋଟିଏ ଗ୍ରହ, ଏ ଯାଏ ତିଷ୍ଠି ଆସିଛି। ଆଗକୁ ହୁଏତ ଏହି ଗ୍ରହ ପୃଥିବୀ ତିଷ୍ଠି ନ ପାରେ। କାରଣ ପୃଥିବୀରେ ସମ୍ଭବ କୋଟି କୋଟି ଜୀବମାନଙ୍କ ମଧ୍ୟରେ ମନୁଷ୍ୟ ଏକ ମାତ୍ର ଜୀବ, ଯେ ଏତେ ପରିବର୍ତ୍ତିତ ସ୍ତରରେ ପହଞ୍ଚି ସାରିଛି ଓ ବିଜ୍ଞାନର ଉନ୍ନତି କରି ଉପଗ୍ରହରୁ ମହାକାଶରେ ଉଡ଼ିବୁଲିବା ଓ ବସା ବାନ୍ଧିବାର ପ୍ରୟାସ ଜାରି ରଖିଛି। ମାତ୍ର ଦୁଃଖ ଓ ପରିଣତର ବିଷୟ ମନୁଷ୍ୟର ଏହି ବୈପ୍ଳବିକ ପରିବର୍ତ୍ତନ ଓ ଉନ୍ନତି, ଏହି ଗ୍ରହକୁ ଶୀଘ୍ରାତିଶୀଘ୍ର ଧ୍ଵଂସ କରିଦେବାକୁ ବସିଛି ।

କାରଣ ବର୍ଦ୍ଧିତ ଜନସଂଖ୍ୟା ଓ ଅନିୟନ୍ତ୍ରିତ ବୈଜ୍ଞାନିକ କାରନାମା ଫଳରେ ଜୀବଜଗତ ଉପରେ ବିପରୀତ ପ୍ରତିକ୍ରିୟା ଘଟିବା, ଜଳ, ବାୟୁ, ମାଟି ଇତ୍ୟାଦି ବିଷାକ୍ତ ଓ ଜୀବନ ନାଶକ ପାଲଟିଯିବାର କାରଣ ହୋଇଛି। ରାସାୟନିକ ଓ ଜୈବିକ ଅସ୍ତ୍ର ,ଶସ୍ତ୍ର ଓ ନିତିଦିନିଆ କାର୍ଯ୍ୟରେ ପ୍ରତିଯୋଗୀତା ଭିତ୍ତିରେ ଜୀବଜଗତ କ୍ଷୟ ଆରମ୍ଭ ହୋଇଯାଇଛି। ଓଜନ ସ୍ତରରେ ଫାଟ ସୃଷ୍ଟି ହେଇଛି। ଅତିବାଇଗଣୀ ରଶ୍ମି ପ୍ରଭାବରେ ପୃଥିବୀ ପୃଷ୍ଠରେ ଉଷ୍ଣତା ସହିତ ନାନାରୋଗ ସୃଷ୍ଟି ହେଇଛି। ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ କମିଯିବା , ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ର ବୃଦ୍ଧି ହେବା ଫଳରେ ନୂତନ ଭୟଙ୍କର ଦୂରାରୋଗ୍ୟ ବ୍ୟାଧି ସୃଷ୍ଟି ହେବାରେ ଲାଗିଛି। ଜଙ୍ଗଲ ଓ ଜୀବଜନ୍ତୁଙ୍କ ମଧ୍ୟରେ ଆଗଭଳି ଭାରସାମ୍ୟତା ରହିନାହିଁ। ଅଧିକ ମରୁଭୂମି ସୃଷ୍ଟି ହେବା, ଜୈବବିବିଧତା ନଷ୍ଟ ହୋଇ ପୃଥିବୀ ଧ୍ଵଂସ ଆଡକୁ ଦ୍ରୁତ ମୁହାଁଇଛି।

ଏହି ଧ୍ଵଂସମୁଖୀ ପୃଥିବୀର ଅଧଃପତନକୁ ଲକ୍ଷ୍ୟକରି WED celebrate United Nation Principal vehicle for encouraging awarness and action for Protection of our Environment. ଯଦିଓ ୧୯୭୨ ମସିହାରେ ଜାତିସଂଘ ସାରା WEDର ନିତିଧାର୍ଯ୍ୟ କରାଗଲା, ତାହା ୧୯୭୪ ମସିହାରେ ୧୪୩ଟି ଦେଶକୁ ନେଇ ବିଶ୍ଵର ପରିବେଶକୁ ସୁରକ୍ଷା କରିବା ପାଇଁ ଜୁନ୍ ୫ ତାରିଖକୁ ପରିବେଶର ପାଳନ ଓ ଜୈବବିବିଧତାକୁ ସୁରକ୍ଷା ଦେବାର ସଂକଳ୍ପ ଓ ନୀତି ନିର୍ଦ୍ଧାରଣ କରାଗଲା। ଏଥିରେ ମୁଖ୍ୟତଃ ୫ଟି ଲକ୍ଷ୍ୟ ଯଥା- Marine Pollution, Human over Population, Global warming, Sustainable Consumption,World Life Crime ଏହି ୫ଟି ଉପରେ ଗୁରୁତ୍ଵ ଆରୋପ କରାଯାଇଛି।

ଏହି ଦିବସକୁ ଏକାଧାରରେ Eco day, Environment Day ଇତ୍ୟାଦି କୁହାଯାଉଛି। U.N General assemble ର ତୀକ୍ଷଣ ଓ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଗୋଟିଏ ବର୍ଷ ମଧ୍ୟରେ ନିତି ନିର୍ଦ୍ଧାରଣ କରାଯାଇ ଦାୟିତ୍ୱ ସଂପନ୍ନ ଦେଶ ବା ଦେଶମାନଙ୍କୁ ଗୋଟିଏ ବର୍ଷ ପାଇଁ ଦାୟିତ୍ୱ ଦିଆଯାଇ କଡ଼ାକଡ଼ି ପାଳନ କରାଯାଉଛି। ଫଳରେ ବହୁ ପରିମାଣରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିଛି। ପୂର୍ବବର୍ଷ ୨୦୧୯ ମସିହାରେ ଜାତିସଂଘ ଦ୍ୱାରା Air Pollution କୁ ମୁଖ୍ୟ କରି ପୃଥିବୀର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ ଉପରେ ନ୍ୟସ୍ତ କରାଯାଇଥିଲା ଏବଂ କେତେ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ବିଷୟ ଧାର୍ଯ୍ୟ କରି ତାହା ପାଳନ କରିବାର ନିର୍ଦ୍ଦେଶ ଥିଲା। ଚଳିତ ବର୍ଷ ୨୦୨୦ କୁ ମଧ୍ୟ Biodiversity ଉପରେ ଗୁରୁତ୍ଵ ଦେଇ ଯେଉଁ ନୀତି ନିର୍ଦ୍ଧାରଣ କରାଯାଇଛି ,ତାହା hosted in Colombia in Patnership with Germany.

ପରିବେଶ କହିଲେ ବିଜ୍ଞାନୀ ମଣିଷ, କଳକାରଖାନା ଓ ବିଜ୍ଞାନର ଉନ୍ନତି ନୁହେଁ। ବାସ୍ତବରେ ଏହି ପରିବେଶରେ ରହିଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କର ସୁରକ୍ଷା ଓ ତା’ର ପରିବୃଦ୍ଧି କରିବା। ତେବେଯାଇ ପରିବେଶର balance ବା ତାଳମେଳ ରହି ଭାରସାମ୍ୟ ରକ୍ଷା କରାଯାଇପାରିବ। ଦିନ ଥିଲା ପୃଥିବୀ ପୃଷ୍ଠ ସଂପୂର୍ଣ୍ଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଅରଣ୍ୟର ବ୍ୟାପକତା ଯୋଗୁଁ ସ୍ୱାସ୍ଥ୍ୟପ୍ରତି ଜଳବାୟୁ,ପାଣିପାଗ,ଉତ୍ତାପ ଓ ଶୀତଳତା ଅତ୍ୟନ୍ତ ଜୀବନ ବାହକ ଥିଲା। ଏତେ ପରିମାଣରେ ରୋଗବ୍ୟାଧି, Pednemic ନଥିଲା। ସଠିକ୍ ଭାବରେ ଋତୁ ପରିବର୍ତ୍ତିତ ହୋଇ ଉଷ୍ଣତା ଓ ଶୀତଳତାରେ ଏକ ଧରାବନ୍ଧା ଧାରା ଗଡିଚାଲୁଥିଲା। ମାତ୍ର ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ଓ ବିଜ୍ଞାନର ଦ୍ରୁତ ଉନ୍ନତି ଫଳରେ ଭିନ୍ନଭିନ୍ନ ଭୌଗୋଳିକ ପରିସ୍ଥିତି ନେଇ ପ୍ରତ୍ୟେକ ଦେଶ ମନମୁଖୀ ପାଲଟିଗଲେ। ମଣିଷ ନିଜର ସୁଖସମୃଦ୍ଧି ପାଇଁ ଅବିଚାର୍ଯ୍ୟ ଭାବରେ ଜଙ୍ଗଲ ସଂପଦକୁ ଧ୍ଵଂସ କରି ଚାଲିଲେ। କେଉଁଠି ଜନବସତି ପାଇଁ ତ କେଉଁଟି ମେଟ୍ରୋପଲିଟାନ ସିଟି ସ୍ଥାପନ ପାଇଁ ।କେଉଁଠି ବିସ୍ତୃତ କୃଷିଜମି ପାଇଁ ତ କେଉଁଠି ସୁଦୀର୍ଘ ରାଜରାସ୍ତା ତିଆରି ପାଇଁ,ଅବିଶ୍ରାନ୍ତ ଭାବରେ କେବଳ ଜଙ୍ଗଲ ପୋଛି ଚାଲିଲେ। ମାତ୍ର ଲୋକ ଦେଖାଣିଆ ପାଇଁ କେତୋଟି ନୂତନ ଜଙ୍ଗଲ ,ନାମକୁ ମାତ୍ର ବନୀକରଣ ତ କାଗଜ କଲମରେ ଚାଲିଲା ହେଲେ ହାର୍ଦ୍ଧିକତା ନାହିଁ।

ଏଣୁ ଜାତିସଂଘ ଯେ ଜୁନ ୫କୁ ବିଶ୍ଵ ପରିବେଶ ଦିବସ ରୂପେ ଧାର୍ଯ୍ୟ କରି ଯେ ପ୍ରତ୍ୟେକ ବର୍ଷ କେତୋଟି ଦେଶ କୁ ଦାୟିତ୍ଵ ଦେଉଛି ଖାଲି ସେତିକି ନୁହେଁ, ପୃଥିବୀର ପ୍ରତ୍ୟେକ ଦେଶକୁ କଡ଼ା ଚେତାବନୀ ଦେଇଛି ଯେ ସମସ୍ତଙ୍କୁ ବିଶ୍ୱ ପରିବେଶ ଦିବସ କୁ ଗୁରୁତ୍ଵ ଦେଇ ସାରାବର୍ଷକୁ ସ୍ଵଦେଶର ପରିବେଶ ସଂରକ୍ଷଣ କାର୍ଯ୍ୟରେ ଲଗାଇ ରଖିବେ । ଏଥିପାଇଁ ଜନସଚେତନତା ସୃଷ୍ଟି କରାଯାଇଛି। ବିଭିନ୍ନ ପରିବେଶ ସଂରକ୍ଷଣକାରୀ ସଂସ୍ଥା ଗଠନ କରାଯାଇଛି। ଏପରିକି ବିଦ୍ୟାଳୟ ସ୍ତରରେ ବିଶ୍ଵ ପରିବେଶ ଦିବସକୁ ସୁରକ୍ଷାର ସହିତ ଗୁରୁତ୍ଵ ଦେଇ କାର୍ଯ୍ୟକ୍ରମ ମାନ ଧାର୍ଯ୍ୟ କରାଯାଉଛି। ବିଦ୍ୟାଳୟସ୍ତରରେ Eco Club ମାଧ୍ୟମରେ, ବିଭିନ୍ନ ଗୋଷ୍ଠୀ ମଧ୍ୟରେ ପ୍ରକୃତି ମିତ୍ର ପୁରସ୍କାର , ପ୍ରକୃତି ବନ୍ଧୁ ପୁରସ୍କାର ଦ୍ଵାରା ଆଞ୍ଚଳିକ , ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିବେଶ ସୁରକ୍ଷାର ପନ୍ଥା ଅବଲମ୍ବନ କରାଯାଉଛି।

ସଂପୂର୍ଣ୍ଣ ପରିବେଶ ଯେ କେବଳ ଗୋଟିଏ ଭାରସାମ୍ୟ ଉପରେ ପ୍ରତିଷ୍ଠିତ ତାହା ଆଜି କାହାର ବୁଝିବାର କିଛି ଅସୁବିଧା ନାହିଁ। ଯେପରି ଗୋଟିଏ ମନୁଷ୍ୟ ଦେହରେ ତାର ଆଭ୍ୟନ୍ତରୀଣ ଓ ବାହ୍ୟ ଅଙ୍ଗର ସୁସ୍ଥତାକୁ ନେଇ ସେହି ବ୍ୟକ୍ତିର ସଂପୂର୍ଣ୍ଣ ସୁସ୍ଥତା ବଜାୟ ରହିଥାଏ। ଯଦି କୌଣସି କାରଣ ବସତଃ ଗୋଟିଏ ଅଙ୍ଗରେ ରୋଗ କିମ୍ବା ଯନ୍ତ୍ରଣା ଅନୁଭୂତ ହୁଏ ତାହା ସଂପୂର୍ଣ ଶରୀରକୁ ଅସୁସ୍ଥ ଓ ଅଶାନ୍ତ ମଧ୍ୟକୁ ଠେଲି ଦିଏ । ଯଦି ତା’ର ତୁରନ୍ତ ପ୍ରତିକାର ନହୁଏ, ତେବେ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ଓ କେବଳ ଧ୍ଵଂସ । ଠିକ୍ ସେହିପରି ଆମର ସଂପୂର୍ଣ୍ଣ ପରିବେଶ ମଧ୍ୟ ଜଳ, ବାୟୁ, ମାଟି,ବୃକ୍ଷଲତା, ଜୀବଜନ୍ତୁ ଇତ୍ୟାଦିକୁ ନେଇ ଏକ ସୁସ୍ଥ ପରିବେଶ ରୂପରେ ଥିଲା। ମାତ୍ର ଆମେ ମଣିଷମାନେ ଏସବୁକୁ ନଷ୍ଟ କରିବା ଯୋଗୁଁ ପ୍ରକୃତିର ଭାରସାମ୍ୟ ବିନଷ୍ଟ ହେଇସାରିଛି। ଆମେ ହିଁ ଆମ ମୃତ୍ୟୁର କାରଣ ବନିଯାଇଛୁ। ଯଦି ଆମେ ଆମର ବର୍ତ୍ତମାନ ଓ ଭବିଷ୍ୟତର ନ ସଜାଡିବା ଆମ ସ୍ଥିତି ଅସମ୍ଭାଳ ହୋଇଯିବ।

ଏଣୁ ଜାତିସଂଘ ବା ନିଜ ଦେଶର ଆଇନ୍‌କୁ ଆଖି ଠାର ମାରି ଯଦି ଆମେ ପ୍ରତ୍ୟେକେ ଓ ପ୍ରତ୍ୟେକ ଦେଶର ନାଗରିକ ଆନ୍ତରିକ ପ୍ରଚେଷ୍ଟା ଲଗାଇ ପରିବେଶକୁ ନ ସଜାଡିବା, ତେବେ ଏହିପରି Covid-19,  ଫ୍ଳେଗ, ବାର୍ଡଫ୍ଲ୍ଯୁ,ନିକା, ଡେଙ୍ଗୁ, ଇବୋଲା ଇତ୍ୟାଦି Pendemic ଦ୍ଵାରା ଝରି ପୋକ ଭଳି ଝରି ପଡ଼ିବା। ଏତେ ସୁନ୍ଦର ପୃଥିବୀଟା ଅଚିରେ ନଷ୍ଟ ହେଇଯିବ। ଏଣୁ ହେ ବିଶ୍ଵବାସୀ, ହେ ଦେଶବାସୀ ସଚେତନ ହୁଅ, ଜାଗ୍ରତ ହୁଅ । ନିଜ ରକ୍ଷଣ ସମ୍ଭାଳିବା ପାଇଁ ତୁରନ୍ତ ସହଯୋଗ ଭିତ୍ତିରେ ସଚେତନ ହୋଇ କାମ କର। ପରିବେଶ ବଞ୍ଚାଅ। ଭବିଷ୍ୟତ ଦାୟଦମାନଙ୍କ ପାଇଁ ଏ ପୃଥିବୀଟାକୁ ଛାଡିଯାଅ। ବିଶ୍ଵ ପରିବେଶ ଦିବସରେ ସମସ୍ତଙ୍କ ପାଖରେ ଆଜି ଏତିକି ଗୁହାରୀ ।

Leave A Reply