Odisha news

ବିଶ୍ୱର ସବୁଠୁ ପ୍ରାଚୀନ ସହର, ଯେଉଁଠି ରହିଥିଲା ବିନା ପ୍ରବେଶ ଦ୍ୱାରରେ ଘର

0

ଆମ ବିଶ୍ୱ ସବୁବେଳେ କିଛି ନ କିଛି ଆଚମ୍ବିତ ଘଟଣାକୁ ନେଇ ଚର୍ଚାରେ l କୁହାଯାଏ ଯେ ଅନେକ ବର୍ଷ ଧରି ଦୁନିଆ ବରଫ ରେ ଆବୃତ ହୋଇ ରହିଥିଲା l ସେତେବେଳେ ମଣିଷ ବୁଲିବୁଲି ଯାଯାବର ଭଳି ଜୀବନ ଅତିବାହିତ କରୁଥିଲା l ମଣିଷ ବିଶେଷ ଭାବରେ ଶିକାର ଓ ଜଙ୍ଗଲୀ ଦ୍ରବ୍ୟ ଉପରେ ନିର୍ଭର ଶିଳ ଥିଲା l  କିନ୍ତୁ ପାଖାପାଖି ୧୧ ହଜାର ଶତାବ୍ଦୀ ବେଳକୁ ବରଫ ତରଳିବାକୁ ଲାଗିଲା l ଏହାପରେ ପୃଥିବୀର ତାପମାତ୍ରା ମଣିଷ ଜୀବନ ପାଇଁ ଅନୁକୂଳ ହେବାକୁ ଲାଗିଲା l ଏହା ସେହି ସମୟ ଥିଲା ଯେତେବେଳେ ମନୁଷ୍ୟ ନିଜ ପାଇଁ ଚାଷ କାର୍ଯ୍ୟ ଓ ପଶୁ ପାଳନ ଆରମ୍ଭ କରିଥିଲା l  ଏହାପରେ ଯାଯାବର ଭଳି ଜୀବନ ଅତିବାହିତ କରୁଥିବା ମନୁଷ୍ୟ ସମାଜ ବସାଇବାର ପ୍ରଥମ ସୋପାନ ଆରମ୍ଭ କରିଥିଲା l

ଆଜିର ଯୁଗରେ ଆମେ ଯେଉଁଆଡେ ମଧ୍ୟ ଦେଖୁଚୁ କେବଳ ଅଲଟ୍ରା ମର୍ଡନ ସହର, ସୁ-ଉଚ୍ଚ ପ୍ରାସାଦ ଦେଖିବାକୁ ପାଉଛୁ l  କିନ୍ତୁ କଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି ଯେ ବିଶ୍ୱର ପ୍ରଥମ ସହର କେଉଁଠି ସ୍ଥାପନ ହୋଇଥିଲା ? ହଁ ଆଜ୍ଞା ସେହି ସମୟରେ ସର୍ବ ପ୍ରଥମେ ସହର ସ୍ଥାପନ ହୋଇଥିଲା ମଧ୍ୟ ତୁର୍କୀ ର ଚାଟେଲ -ହୋ- ୟୁକ ସହର l ଏହା ଐତିହାସିକ ପୃଷ୍ଠାରେ ଗୋଟିଏ ପ୍ରାଚୀନ ସହର ଅଟେ l  ଯାହାକି ଆଜକୁ ୯ ହଜାର ବର୍ଷ ପୂର୍ବରୁ ଅର୍ଥାତ ୭ହଜାର ଖ୍ରିଷ୍ଟାବ୍ଧ ପୂର୍ବରୁ ତିଆରି ହୋଇଥିଲା l ଆଜିର ଆଧୁନିକ ଯୁଗରେ ଯେତେବେଳେ ଆମେ ଏହି ସହର ବିଷୟରେ ଜାଣୁଛୁ ତାହା ଆମକୁ କଳ୍ପନା କଲା ଭଳି ଲାଗୁଛି l ଏହି ସହର ଟି ସମସ୍ତ ମାନବ ସଭ୍ୟତା ନିକଟରୁ ସମ୍ପୂର୍ଣ ଅଲଗା ଥିଲା l

ଅଜାକୁ ପ୍ରାୟ ୬ ଦଶକ ପୂର୍ବରୁ ଅର୍ଥାତ ୧୯୫୮ ରେ ଜେମ୍ସ ମଲାଟ ନାମକ ବ୍ରିଟିଶ ଗବେଷକ ସର୍ବ ପ୍ରଥମେ ଏହି ସହର ଟିକୁ ଖୋଜିବା ଆରମ୍ଭ କରିଥିଲେ ଓ ସେହି ସ୍ଥାନଟିକୁ ଖୋଳିବାକୁ ଲାଗିଥିଲେ l ସେହି ସହର ଟିର ବାସ୍ତୁ କଳା ଆଜି ମଧ୍ୟ ଗବେଷକ ଙ୍କ ମନର ଆଶଙ୍କା ବଢ଼ାଉଛି l ଜେମ୍ସ ମଲାଟ ଯେତେବେଳେ ସେହି ସ୍ଥାନଟିକୁ ଖୋଲିବା ଆରମ୍ଭ କରିଥିଲେ ମାଟି ତଳୁ ଘର ମିଳିଥିଲା l ଏହାପରେ ବିଭିନ୍ନ ଇତିହାସକାର ସେଠାରେ ପହଂଚି ଥିଲେ, କିନ୍ତୁ ଅଚାନକ ଭାବରେ ୧୯୬୫ ରେ ଖୋଦନ କାର୍ଯ୍ୟ ସେଠାରେ ବନ୍ଦ କରିଦିଅ ଯାଇଥିଲା l କଥା ଏପରି ବିଗିଡି ଯାଇଥିଲା ଯେ ଜେମ୍ସ ମଲାଟ ଙ୍କ ତୁର୍କୀ ଆସିବାରେ ପ୍ରତିବନ୍ଧକ ଲାଗି ଯାଇଥିଲା ଏବଂ ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ଚାଟେଲ -ହୋ- ୟୁକ ର ରହସ୍ୟ ଦବି ଯାଇଥିଲା l

ଏହାପରେ ୧୯୯୩ ରେ ବ୍ରିଟିଶ ଗବେଷକ ଇଆନ ହଡ଼ନ ନିଜ ଟିମ ସଦସ୍ୟ ଙ୍କ ସହିତ ପୁନର୍ବାର ଖୋଦନ କାର୍ଯ୍ୟ ଆରମ୍ଭ କରିଥିଲେ l ଏଠାକାର ଘର ଗୁଡିକୁ ଦେଖି ଇତିହାସ କାର ମାନେ ଆଶ୍ଚର୍ଯ୍ୟ ହୋଇଥିଲେ, ଆଜି ପର୍ଯ୍ୟନ୍ତ ସେଭଳି ଘର ଡିଜାଇନ ଦେଖିବାକୁ ମିଳିଥିଲା ନ ସେଭଳି ଘରର କେହି କଳ୍ପନା କରି ପାରିବ l  ଗବେଷକ ମାନେ ଦେଖିବାକୁ ପାଇଥିଲେ  ସେହି ଘର ଗୁଡିକ ରେ କୌଣସି କବାଟ ନଥିଲା l ଘରର ମୁଖ୍ୟଦ୍ଵାର ତାଙ୍କ ଛାତ ଉପରେ ଥିଲା l  ସେମାନେ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେହି ଘର ଗୁଡିକ ମଧ୍ୟରେ କୌଣସି ରାସ୍ତା ମଧ୍ୟ ନଥିଲା ନା ଗଳି ଥିଲା l  ସେହି ସହରର ଛାତ ଗୁଡିକ ହିଁ ସଡକ ଭାବରେ ବ୍ୟବହାର ହେଉଥିଲା l

ଲୋକମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କୁ ଯିବା ପାଇଁ ଜଣେ ଆଉ ଜଣଙ୍କ ଛାତ ଦେଇ ଯା ଆସ କରୁଥିଲେ ଓ ତଳକୁ ଓଲ୍ହାଇବା ପାଇଁ ସୀଢୀ ବ୍ୟବହାର କରୁଥିଲେ l ପ୍ରତ୍ୟେକ ଘରେ ୨ଟି ଲେଖାଏଁ କୋଠରୀ ରହିଥିଲା l ଘରର ଦକ୍ଷିଣ ଦିଗରେ ସେମାନଙ୍କ ଚୁଲି ରହୁଥିଲା ଓ ତାର ଉପର ଛାତ ଧୂଆଁ ବାହାରିବା ପାଇଁ ଖୋଲା ରହୁଥିଲା l ଚାଟେଲ -ହୋ- ୟୁକ ସମୟ ର ଲୋକେ ନିଜ ମୃତ ପ୍ରିୟଜନ ଙ୍କୁ ନିଜ ଘରେ ମାଟି ତଳେ ପୋତି ଦେଉଥିଲେ l  ଗବେଷକ ମାନଙ୍କୁ ଏହି ଘର ଗୁଡିକର ଉତ୍ତର ଦିଗରେ ପୋତା ହୋଇଥିବା ଲୋକ ମାନଙ୍କର ଜିବାସ୍ମ ମିଳିଥିଲା l ଘର ତଳୁ ସେହି ସମୟରେ କିଛିଟା ମୂର୍ତି ମିଳିଥିଲା, ଯେଉଁଥିରୁ ଜଣା ପଡୁଥିଲା ଯେ ସେହି ସମୟର ଲୋକ ମାନେ ଭଗବତ ବିଶ୍ୱାସୀ ଥିଲେ l  ଇତିହାସକାର ମାନଙ୍କ ମତରେ ସେହି ସମୟରେ ଉଭୟ ପୁରୁଷ ଓ ନାରୀ ସମାନ କାର୍ଯ୍ୟ କରୁଥିଲେ, ଅର୍ଥାତ ଉଭୟ ଙ୍କୁ ସମାଜ ରେ  ସମାନ ସ୍ଥାନ ଦିଆଯାଉ ଥିଲା l  ଐତିହାସିକ ମାନଙ୍କ ମତରେ ଯଦି ସେହି ସମୟର ଶାସନ ବ୍ୟବସ୍ଥାକୁ ଦେଖିବା ତେବେ ଯାହା ଜଣା ପଡୁଛି ସେହି ସମୟରେ ବୟସ୍କ ଲୋକ ହିଁ  ନିଜ ଉପରେ ଶାସନ ଦାୟିତ୍ୱ ନେଇଥିଲେ l

Nalco
Leave A Reply