Odisha news

ଘର ପାଖରେ କାମ, ବିକାଶ ପଥରେ ଗ୍ରାମ, ସମ୍ପର୍କୀତ ଆଲୋଚନା

0

ଫୁଲବାଣୀ,୧୩/୦୬ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ୍ କରଣ୍ଡାଗଡ଼ ଗ୍ରାମରେ ପଂଚାୟତ ସମିତି ଫିରିଙ୍ଗିଆ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ଉଦ୍ୟମରେ କୋଭିଡ୍-୧୯ ବିପତି ସମୟରେ ଜନସାଧାରଣଙ୍କୁ ନିଜ ଗ୍ରାମରେ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇଦେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମହନ୍ତଙ୍କ ଉଦ୍ୟମରେ ବ୍ଳକ୍ରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନଙ୍କ ସହଯୋଗରେ ୨୪ ଗୋଟି ପଂଚାୟତରେ ନିଷ୍କି୍ରୟ ଥିବା ୫୧ଟି ଗ୍ରାମରେ ଜବ୍ କାର୍ଡଧାରୀଙ୍କୁ ସାମିଲ୍ କରିବା ପାଇଁ ଚେଷ୍ଟା ମଧ୍ୟ କରାଯାଇଛି ।

ତତ୍ସହିତ ପାଂଚଗୋଟି ପଂଚାୟତର ପାଂଚଗୋଟି ଗ୍ରାମକୁ ମୋଡେଲ୍ ଭାବେ ଗ୍ରହଣ କରି ଏହି ମନରେଗା ଯୋଜନା ମାଧ୍ୟମରେ ସମନ୍ୱିତ ବିକାଶ କରି ଆଗାମୀ ଦିନରେ କିଛି ରୋଜଗାର ପନ୍ଥା ଗାଁ ସ୍ତରରେ ଉପସ୍ଥାପିତ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କରଣ୍ଡାଗଡ଼ ଗ୍ରାମରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଂଚାୟତ ନିର୍ବାହୀ ଅଧିକାରୀ ଠାକୁର ବିଶୋଇ, ବେୟାରଫୁଟ୍ ଟେକ୍ନିସିଆନ୍ ଜଳନ୍ଦର ମଲ୍ଲିକ, ଜିଆର୍ଏସ୍ ଉଗ୍ରସେନ କହଁର ପ୍ରମୁଖ ଯୋଗଦେଇ ମନରେଗାର ବିଭିନ୍ନ ନିୟମାବଳୀ, ଦେୟ ପୈଠର ସମୟସୀମା ଓ କାର୍ଯ୍ୟ ଦାବି କରିବାର ପ୍ରକି୍ରୟା ବିଷୟରେ ଆଲୋଚନା କରିଥିଲେ ।

ବୈଠକରେ ତଳଦଣ୍ଡିକିଆ ପଂଚାୟତର ସରପଂଚ ଫିଲିମିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମନ୍ୱିତ ବିକାଶ ପରିଯୋଜନାକୁ ସ୍ୱାଗତ କରି ଗ୍ରାମବାସୀମାନେ ଏହାର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ସ୍ୱାତୀ ତରଫରୁ ବିଶ୍ୱରଞ୍ଜନ କର କୋରୋନା ଭୟାବହତାରୁ ରକ୍ଷା ପାଇବା ପାଇଁ ହେଲେ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହିତ ରୋଜଗାର ନିମନ୍ତେ ବାହାରକୁ ନଯାଇ ନିଜ ଗ୍ରାମରେ କାର୍ଯ୍ୟ କରି ଗୁଜରାଣ ମେଂଟାଇବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ ବୋଲି ଗୁରୁତ୍ୱ ଦେଇ ଜନସାଧାରଣଙ୍କୁ ସତର୍କ କରାଇଥିଲେ । ଉପରୋକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ ନାୟକ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଯୁବନେତା ଶଙ୍କର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ୫୦ରୁ ଉଦ୍ଧ୍ୱର୍ ଜବ୍କାର୍ଡ ଧାରୀ ଯୋଗଦେଇଥିବା ଜଣାପଡ଼ିଛି ।

Nalco

Leave A Reply