ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିମନ୍ତେ କାଠ ଅନ୍ଵେଷଣ ଶେଷ ହୋଇଛି । କଟକ ଜିଲ୍ଲା ଆଠଗଡ ଡି.ଏଫ.ଓ ଅନ୍ତର୍ଗତ ନରସିଂହପୁର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀ ବଣ୍ୟାଞ୍ଚଳ ରୁ ମହାପ୍ରଭୁଙ୍କ ରଥ କାଠ ଯୋଗାଡ଼ ହୋଇଛି । ଏଥିପାଇଁ ଶ୍ରୀ ବଳଦେବଜୀଉ କାର୍ୟାଳୟ ତରଫରୁ ଏକ ଟିମ ଏହି ରଥକାଠ ଅନୁସନ୍ଧାନ କରି ଗତ ୨୮ ତାରିଖରେ ଆଠଗଡ ଜଙ୍ଗଲ ବିଭାଗ ନିକଟରେ ପହଞ୍ଚିଥିଲେ । ସେଠାରେ ଜଙ୍ଗଲ ବିଭାଗ ତଥା ବ୍ରାହ୍ମଣୀ ବିଟ ହାଉସ ରେ କାର୍ଯରତ ଅଧିକାରୀ ମାନଙ୍କ ସହାୟତାରେ କାଠ ଚିହ୍ନଟ ହୋଇଥିଲା । ସମସ୍ତ କାର୍ୟାଳୟ ଭିତ୍ତିକ କାର୍ୟ ସରିଲା ପରେ ଆଜି କାଠ କଟା ଆରମ୍ଭ ହୋଇଛି । ସମୁଦାୟ ୨୦ ରୁ ଅଧିକ ବୃକ୍ଷ କଟାଯିବା ସହ ଏହା ୭-୮ ଦିନ ସମୟ ଲାଗିବ ବୋଲି ଆଠଗଡ ବିଭାଗୀୟ କର୍ମଚାରୀଙ୍କ ନିକଟରୁ ଜଣାପଡିଛି । ଏହି ଅନୁସନ୍ଧାନରେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ କାର୍ୟାଳୟ ତରଫରୁ ସୁବାସ ପରିଡା, ବଳରାମ ଦାସ ଏବଂ ସାରଦା ପ୍ରସନ୍ନ ରାଉତରାୟ ପ୍ରମୁଖ ଯାଇଥିଲେ