Odisha news

କୋଭିଡ ର ନୂଆ ଭାରୀଏଣ୍ଟ ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ କୋଭିଡ ବୁଷ୍ଟର କେତେ ଜରୁରୀ ?

0

ବର୍ତମାନ ଭାରତରେ କୋଭିଡ ର କେଶ କମିବାକୁ ଲାଗିଛି, କିନ୍ତୁ କିଛି ଦେଶ ଏଭଳି ମଧ୍ୟ ଅଛନ୍ତି ଯେଉଁଠାରେ କୋଭିଡ ବର୍ତମାନ ମଧ୍ୟ ଉଚ୍ଚ ସ୍ତରରେ ରହିଛି l ଚୀନ ର କିଛି ସହରରେ ପୁଣି ଆଉଥରେ କରୋନା ବିପଦ ଦେଖାଦେଇଛି ଓ ଲକଡାଉନ ମଧ୍ୟ ଲଗା ଯାଇଛି l ଭାରତରେ କିନ୍ତୁ ସମ୍ପୂର୍ଣ ଭାବରେ ଯାଇନାହିଁ l ମେଡିକାଲ କଣ୍ଡିସନ ଆଧାରରେ ପ୍ରତ୍ୟେକ କରୋନା ରୋଗୀଙ୍କ ଲକ୍ଷଣ ଅଲଗା ଅଲଗା ହୋଇପାରେ l ସେଥିପାଇଁ ବୁଷ୍ଟର ଡୋଜ ନିହାତି ନେବା ଜରୁରୀ l

– ଗବେଷଣା ଅନୁସାରେ ଯଦି ଗର୍ଭବତୀ ମହିଳା ପାଇଁ ସବୁଠୁ ଜରୁରୀ ଗର୍ଭସ୍ଥ ଶିଶୁ ଟି କିପରି ସୁରକ୍ଷିତ ରହିବ l ତେଣୁ ଗର୍ଭବତୀ ମହିଳାମାନେ ନିଜର ଓ ଗର୍ଭସ୍ଥ ଶିଶୁର ସୁରକ୍ଷା ପାଇଁ ନିହାତି କୋଭିଡ ର ବୁଷ୍ଟର ଡୋଜ ନେବା ଆବଶ୍ୟକ l କାହିଁକି କୋଭିଡ ରିସ୍କ ବଢିବାର ସମ୍ଭାବନା ରହିଥାଏ l

– ସ୍ତନ ପାନ କରାଉଥିବା ମା ମାନେ ମଧ୍ୟ କୋଭିଡ ଟୀକା ନେଇ ପାରିବେ l ବୁଷ୍ଟର ଡୋଜ ଦ୍ୱାରା ଆଣ୍ଟି ବଡି, ସ୍ତନ ପାନ ମାଧ୍ୟମରେ ନବଜାତକ ଶିଶୁ ର ଶରୀରରେ ପହଂଚି ପାରିଥାଏ l ଗବେଷକ ମାନେ ନିକଟରେ ମତ ଦେଇଛନ୍ତି ଯେ ଯେଉଁ ପିଲାଙ୍କ ବୟସ ୬ ବର୍ଷରୁ ଉର୍ଧ୍ଵ ସେମାନଙ୍କୁ କୋଭିଡ ଟୀକା ଦିଆଯାଇ ପାରିବ l କୋଭିଡ ଟୀକା ନେବାପରେ ଗର୍ଭବତୀ ମହିଳାଙ୍କ ର ଥକା ଲାଗିବା, ମୁଣ୍ଡ ବିନ୍ଧା, ଭଳି ଲକ୍ଷଣ ଦେଖାଯିବ କିନ୍ତୁ ଭୟ କରିବା ଉଚିତ ନୁହେଁ l  ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଡୋଜ ନେବା ପୂର୍ବରୁ ପର୍ଯ୍ୟାପ୍ତ ପାଣି ପିଇବା ଜରୁରୀ ଓ ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ l

– କୋଭିଡ ସମୟରେ ପ୍ରତିଦିନ ନୂଆନୂଆ ଭାରୀଏଣ୍ଟ ଦେଖିବାକୁ ମିଳୁଛି ତେଣୁ ଗର୍ଭବତୀ ମହିଳା ଆଦୌ ବୁଷ୍ଟର ଡୋଜ କୁ ଅଣଦେଖା କରିବା ଉଚିତ ନୁହେଁ l ଗାଁ ଗହଳି ରେ ଅସୁବିଧା ହେତୁ ମହିଳା ମାନେ କୋଭିଡ ଟୀକା ନେବାରୁ ବଂଚିତ ହେଉଛନ୍ତି l ଏହାଦ୍ୱାରା କରୋନା ଭୟ ମନରେ ଅଧିକ ଦେଖା ଦେଉଛି l

– ନିକଟରେ ଗୋଟିଏ ସବାସସ୍ଥ ବିଶେଷଜ୍ଞ ଦଳ ଏହାକୁ ନେଇ ଗୋଟିଏ ଅଧ୍ୟୟନ କରିଥିଲେ ସେଥିରେ କହିଥିଲେ ଯେ ଚେକ ଅପ ପାଇଁ ଆସୁଥିବା ଅନେକ ମହିଳା ବୁଷ୍ଟର ଡୋଜ ନେଇ ନଥିବାର ଦେଖିବାକୁ ମିଳିଥିଲା l ଯଦି ଗର୍ଭବତୀ ମହିଳା ନିଜ ସୁରକ୍ଷା ସହିତ ଗର୍ଭସ୍ଥ ଶିଶୁର ସୁରକ୍ଷା ଚାହୁଁଛନ୍ତି ତେବେ ନିହାତି ବୁଷ୍ଟର ଡୋଜ ନେବା ଆବଶ୍ୟକ l

Nalco
Leave A Reply