Odisha news

ଶୀତଋତୁରେ ମାତ୍ର ଗୋଟିଏ ଗ୍ଲାସ ଉଷୁମ ପାଣି ସହିତ ଗୋଟିଏ ଚାମଚ ଦେଶୀ ଘିଅ, ଯାହାର ଚମତ୍କାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0

ଭାରତୀୟ ମାନେ ଦେଶୀ ଘିଅର ବ୍ୟବହାର ଖୁବ ଅଧିକ କରି ଥାଆନ୍ତି l ଏହାକୁ ଆୟୁର୍ବେଦ ର ଗନ୍ତାଘର ବୋଲି କୁହାଯାଇଥାଏ, କାହିଁକିନା ଏହା ସ୍ୱାସ୍ଥ୍ୟ ପାଇଁ ରାମବାଣ ଅଟେ l ଦେଶୀ ଘିଅ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ, କିନ୍ତୁ ତାହା ପିଓର ହୋଇଥିବା ଜରୁରୀ l ଏଥିରେ ରହିଥାଏ –
– ହେଲଦି ଫ୍ୟାଟ
– ଫ୍ୟାଟି ଏସିଡ
– ଭିଟାମିନ ଏ
– ଭିଟାମିନ ଡି
– ଭିଟାମିନ ଇ ଓ
– ଭିଟାମିନ କେ
ଆଜି ଆମେ ଜାଣିବା ଏହା କିଭଳି ଉପକାର ଦେଇଥାଏ –

* ଦେଶୀ ଘିଅ କ୍ୟାଲୋରୀ ରେ ଭରପୁର ଅଟେ, କିନ୍ତୁ ଯଦି ଏହାକୁ ସୀମିତ ମାତ୍ରାରେ ସେବନ କରାଯାଏ ତେବେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ନିୟମିତ ଉଷୁମ ପାଣିରେ ଘିଅ ସେବନ କଲେ ଫ୍ୟାଟ ର ମେଟାବୋଲିଯିମ କୁ ବଢ଼ାଇଥାଏ ଓ ଭୋକ କୁ କମାଇଥାଏ l ଯାହାଦ୍ୱାରା ୱେଟ ମ୍ୟାନେଜମେଣ୍ଟ ବୃଦ୍ଧି ହୋଇଥାଏ l

* ଦେଶୀ ଘିଅ ରେ ବିଯୁଟ୍ରିକ ଏସିଡ ରହିଥାଏ, ଯାହାକି ଗୋଟିଏ ସର୍ଟ ଚେନ ଫ୍ୟାଟି ଏସିଡ ଅଟେ, ଯାହାକି ହେଲଦି ଗଟ ଲାଇନିଙ୍ଗ କୁ ବୃଦ୍ଧି କରିଥାଏ l ଏବଂ ଡ଼ାଈଜେଷ୍ଟିଭ ଏଞ୍ଜାଇମ କୁ ସପୋର୍ଟ କରିଥାଏ l ଯେତେବେଳେ ଦେଶୀ ଘିଅ ଉଷୁମ ପାଣି ସହିତ ସେବନ କରାଯାଏ ସେତେବେଳେ ଏହା ହାଇଡ଼ାଈଜେଷ୍ଟିଭ ଟ୍ରାକ କୁ ଶାନ୍ତ କରିଥାଏ l ପାଚନ ପ୍ରକ୍ରିୟା କୁ ସ୍ମୁଥ କରିବାରେ ସାହାଯ୍ୟ କରିଥାଏ ଓ ପେଟ ସଫା ରଖିଥାଏ l

* ଏଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ଇ ରେ ଭରପୁର ଅଟେ ଦେଶୀ ଘିଅ l ଯାହାକି ତ୍ୱଚାକୁ ଉଜ୍ଜଳ ରଖିବାରେ ସାହାଯ୍ୟ କରେ l ଗରମ ପାଣିରେ ଘିଅ ମିଶାଇ ସେବନ କରିବା ଦ୍ୱାରା ତ୍ୱଚାରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ l  ଏବଂ ତ୍ୱଚା ସୁନ୍ଦର ଓ ଉଜ୍ଜଳ ରହିଥାଏ l

* ଘିଅ ହେଲଦି ଫ୍ୟାଟ ରେ ଭରପୁର ଅଟେ, ଯାହାକି ଟିସୁଯ କୁ ପୋଷଣ ଦେଇଥାଏ l ଏବଂ ହାଡ଼ ର ଫୁଲା କୁ କମାଇଥାଏ l ଏହାକୁ ଗରମ ପାଣିରେ ମିଶାଇ ଖାଇଲେ ଗଣ୍ଠି ରେ ତୈଳ ଅଂଶ ବୃଦ୍ଧି ପାଇଥାଏ l ଏବଂ ଗଣ୍ଠି ଯନ୍ତ୍ରଣା ହ୍ରାସ କରେ l

* ପିଓର ଦେଶୀ ଘିଅ ସହିତ ଗରମ ପାଣି ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ଦୂର ହୋଇଥାଏ ଏବଂ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇ ରୋଗ ଠାରୁ ଦୁରେଇ ରଖିଥାଏ l

Leave A Reply