Odisha news

ବିସ୍ଥାପିତ ହୋଇଥିବା ନୂଆ ରାଇଗୋଡା ବାସୀଙ୍କ ଦୁଃଖ ବୁଝିବ କିଏ? ; ନଳକୂପ ଅଛି କିନ୍ତୁ ବାହାରୁଛି ନାଲିଆ ପାଣି

0

ବନ୍ତଳା:  ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ବାଘ ବଠା ବୃଦ୍ଧି କରିକବା ପାଇଁ ୨୦୧୭ ମସିହାରେ ଏନଟିସିଏ ପ୍ରକଳ୍ପ କୁ ମଜୁଂରୀ ଦେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ତତ୍ୱାବଧାନରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ ଅଭୟାରଣ୍ୟରୁ ମହାବଳ ବାଘ ମହାବୀର ଓ ସୁନ୍ଦରୀ ବାଘୁଣୀକୁ ଅଣାଯାଇଥିଲା । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଥିବା ରାଇଗୋଡା ଗାଁର ୭୮ଟି ପରିବାର ୨୧୦ ଜଣ ଲୋକ ମାନଙ୍କୁ ସାରୁଆଳି ଗାଁ ମୁଣ୍ଡକୁ ବିସ୍ଥାପିତ କରି ନୂଆ ରାଇଗୋଡା ସ୍ଥାପନ କରାଗଲା । ଲୋକ ମାନଙ୍କୁ ୨୦ ଦଫା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦିଆଗଲା ।

ଇତି ମଧ୍ୟରେ ଦୁଇ ବର୍ଷ ବିତି ତିନି ବର୍ଷ ଗଳାଣି ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ ମୋଳିକ ସୁବିଧା । ଆସିବା ବେଳକୁ ବନ ବିଭାଗ ତରଫରୁ ର୍ଗାର ପୂର୍ବତନ ସଭାପତି ବିନୋଦ ପ୍ରଧାନ କହିଛନ୍ତି । ର୍ଗାରେ ଦୁଇଟି ନଳକୂପ ଅଛି । ସେଥିରୁ ନାଲିଆ ପାଣି ବାହାରୁଛି ଯାହା ପିଇବା ଯୋଗ୍ୟ ନୁହେଁ । ସେଥିପାଇ ଗୋଟିଏ ପାଣିଟାଙ୍କି ନିର୍ମାଣ କରାଯାଇ ପାଇପ ଲାଇନ ବିଛାଇ ଘରକୁ ପାଣି ଯୋଗାଇ ଦିଆଯାଇଛି । ସେହି ପାଣି ରେ ଧଳା ଲୁଗା ସଫାକଲେ ତାହା ଲାଲ ରଙ୍ଗ ହୋଇଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିକଛନ୍ତି । ବାରମ୍ବାର ପାଣି ସମସ୍ୟା ନେଇ ପଚାଂୟତ ଠାରୁ ଜିଲ୍ଲାପାଳ ସମସ୍ତଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାହାରି ନଜର ପଡୁନି । କିଛି ଲୋକ ନଳକୂପ ରେ ଗାଧୋଉଥିବା ବେଳେ ଅନେକ ଲୋକ ଗାଁ ପାଖ ସାରୁଆଳି ବନ୍ଧକୁ ଗାଧୋଇବା ପାଇଁ ଯାଉଛନ୍ତି । ପ୍ରଶାସନ ପକ୍ଷରୁ ଗୋଟିଏ ବନ୍ଧ ଖୋଳା ଯାଇଛି ସେଥିରେ ଚଢ଼େଇ ପିଇବା ପାଇଁ ପାଣି ନାହିଁ । ଲୋକଙ୍କ ପିଇବା ପାଣି ଏବେ ସରପ ଖୋଲ ଆମ୍ବଗଛ ମୂଳର ଚୁଆ ହିଁ ସାହା ଭରସା । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବଣଜଙ୍ଗଲ ଅଙ୍କା ବଙ୍କା ରାସ୍ତା ଦେଇ ଯିବାକୁ ପଡେ । ହାତୀ ଥିଲେ ଅପେକ୍ଷା କରିବାକୁ ମଧ୍ୟ ପଡେ ବୋଲି ଗାଁର ଛବିଲତା ପ୍ରଧାନ, ରୀନା ପ୍ରଧାନ, ରିଲି ପ୍ରଧାନ ଦୁଃଖର ସହ ଛଳ ଛଳ ଆଖିରେ କହିଛନ୍ତି ।

ଜୀବନକୁ ପାଣି ଛଡେଇ ଯାଉଛୁ, ଯେତେବେଳେ ଯାହା ହେବ ସେହି ମା ବ୍ରାହ୍ମଣୀ ଦେଇ ଭରଷା, ସେହିଁ ସାହ ଭରଷା । ଆମ ମାନଙ୍କ ଦୁଃଖ କହିବୁ କାହାକୁ । ନିଜ ଗୋଡରେ ନିଜେ କୁରାଢ଼ୀ ମାରିଛୁ, ଆମେ ଆମ ଭିଟାମାଟି ଛାଡି ଆସି ବହୁତ ଭୁଲ କରିଛୁ, ଆମେ ମଲେ ଶବ ସକ୍ରାର କରିବା ପାଇଁ ଜାଗା ଖଣ୍ଡେ ନାହିଁ । ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଇଛନ୍ତି କିନ୍ତୁ ଘର ସୁରକ୍ଷା ପାଇଁ କୋଣସି ସୁବିଧା କରି ନାହାଁନ୍ତି । ପାହାଡର ବର୍ଷା ଜଳ ମାଡି ଆସି ଘର କାନ୍ଥରେ ପିଟି ହେଉଛି । ଡ୍ରେନ କରିବା ପାଇଁ କହିଲୁ ହେଲେ କେହି ଶୁଣିଲେନି ଖାଲି ସେତିକି ନୁହେଁ ଗାଁର ଆହୁରି ୨୩ ପରିବାରକୁ ଜମି ନ ଦେବାରୁ ସେମାନେ ଗାଁ ଛାଡି ଅନ୍ୟଜାଗାରେ ଘର କଳେଣି । ଆମର ରାଇଗୋଡାରେ ଧାନ, ମୁଗ, ବିରି ସୋରିଷ, ମାଣ୍ଡିଆ, ଶାଗ, ମହୁରୀ କରି ଚଳୁଥିଲୁ ସେ ସବୁ ସତେ ଯେମିତି ସାତ ସପନ ବୋଲି ଗାଁର ସଭାପତି ଦିବପ୍ୟସିଂହ ଦେହୁରୀ, ସୁଜନ ପ୍ରଧାନ, ଦୁଃଖିଆ ଦେହୁରୀ, ନନ୍ଦ କୁମାର ପ୍ରଧାନ ବଡ ଦୁଃଖର ସହ ପ୍ରକାଶ କରିଛନ୍ତି । ର୍ଗାର ଯୁବକ ମାନେ ଏବେ ପୁରା ବେକାର, ରୋଜଗାର ନାହିଁ ଯାହା ସରକାର ଦେଇଥିଳେ ବସି ଖାଉଛୁ । ଯେଉଁମାନେ ବାହାରକୁ ଯାଇଥିଲେ ସମସ୍ତେ ଏବେ ଗାଁରେ ବୋଲି ଗାଁର ଯୁବକ ସୁଶାନ୍ତ ପ୍ରଧାନ କହିଛନ୍ତି । ଚାଷ ଜମି ନାହିଁ ଭାଗୁଆ କରୁଆ ଧରିବା ମୂଲ କରିବା ପାଇଁ ଦୂର ଗାଁକୁ ଯିବାକୁ ପଡୁଛି । ସତରେ କଣ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଭୁଲିଗଲେ ନୂଆ ରାଇଗୋଡା ବାସୀଙ୍କୁ ।

Leave A Reply